ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପିପିଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଦୁଇ ଜଣ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ହୋଇଛି। ସ୍କୁଟିରେ ଦୁଇ ଜଣ ଶିକ୍ଷୟିତ୍ରୀ ସ୍କୁଲ ଯାଉଥିବା ବେଳେ ସାମ୍ନା ପଟୁ ଏକ ଟାଟା ଏସି ଧକ୍କା ଦେଇଥିଲା, ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଶିକ୍ଷୟିତ୍ରୀ ଦୁଇ ଜଣ ହେଲେ ପିପିଲି ଦାଣ୍ଡମକୁନ୍ଦପୁର ପୀତବାସ ୟୁଜିଏମଇ ସ୍କୁଲର। ମୃତକଙ୍କ ନାଁ ହେଲା ଶୁଭଲଷ୍ମୀ ପରିଡ଼ା ଓ ସ୍ନେହଲତା ସାହୁ। ତାଙ୍କ ମୃତ୍ୟୁ ପରେ ସ୍କୁଲ ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଶନିବାର ସକାଳୁ ଦାଣ୍ଡମକୁନ୍ଦପୁର ପୀତବାସ ୟୁଜିଏମଇ ସ୍କୁଲର ଦୁଇ ଶିକ୍ଷୟିତ୍ରୀ ଶୁଭଲଷ୍ମୀ ପରିଡ଼ା ଓ ସ୍ନେହଲତା ସାହୁ ସ୍କୁଟିରେ ସ୍କୁଲ ଅଭିମୁଖେ ବାହାରି ଥିଲେ। ସ୍କୁଲଠାରୁ ଗୋଟିଏ କିଲୋମିଟର ଦୂରରେ ଏକ ଟାଟା ଏସି ସହ ମୁହାଁମୁହିଁ ଧକ୍କା ହୋଇଥିଲା ତାଙ୍କ ସ୍କୁଟି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ସ୍କୁଲରେ ପହଞ୍ଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

Comment