ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍-୨୦୨୦ର ଫାଇନାଲ ଆୟୋଜନ କରିବ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ। ସୋମବାର ଏନେଇ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଘୋଷଣା କରିଛନ୍ତି।
ସୋମବାର ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକ ବସିଥିଲା। ଏହି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଏଥିସହ ମାର୍ଚ୍ଚ ୨୪ ତାରିଖରେ ଆଇପିଏଲ ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ଘୋଷଣା କରାଯାଇଛି।
ଏଥିସହିତ ପୂର୍ବଭଳି ଆଇପିଏଲ୍ ମ୍ୟାଚ୍ ଅପରାହଣ ୪ଟା ଓ ରାତି ୮ଟାରେ ଆରମ୍ଭ ହେବ। ତେବେ ଏଥର ମାତ୍ର ପାଞ୍ଚଟି ମ୍ୟାଚ ଅପରାହଣ ୪ଟାରେ ଖେଳାଯିବ ବୋଲି ସୂଚନା ଦିଆଯାଇଛି।
















