ଓଡ଼ିଶାଲାଇଭ୍ ବ୍ୟୁରୋ

ବିସିସିଆଇ ଶୁକ୍ରବାର ତା’ର ତିନିଜଣିଆ କ୍ରିକେଟ୍ ପରାମର୍ଶଦାତା କମିଟିର ନୂଆ ସଦସ୍ୟଙ୍କ ନାଁ ଘୋଷଣା କରିଛି। ଏହି କମିଟିରେ ବିସିସିଆଇ ପୂର୍ବତନ ଖେଳାଳି ମଦନ ଲାଲ, ଆର ପି ସିଂହ ଓ ସୁଲକ୍ଷଣା ନାଏକଙ୍କୁ ସ୍ଥାନ ଦେଇଛି।

ଏହି ତିନି ଜଣିଆ କମିଟି ଆଗାମୀ ଗୋଟିଏ ବର୍ଷ ପାଇଁ ବିସିସିଆଇର ପରାମର୍ଶଦାତା କମିଟିରେ ରହିବେ।

ମଦନ ଲାଲ ଭାରତ ପାଇଁ ୩୯ଟି ଟେଷ୍ଟ ଖେଳିବା ସହ ୬୭ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେ ୧୯୮୩ ମସିହା ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ରହିଥିଲେ। ସେହିପରି ଆର ପି ସିଂହ ଭାରତ ପାଇଁ ୧୪ଟି ଟେଷ୍ଟ, ୫୮ଟି ଦିନିକିଆ ଓ ୧୦ଟି ଟି-୨୦ ଖେଳିଛନ୍ତି। ଏହି ଦୁଇ ଖେଳାଳିଙ୍କ ସହ କମିଟିରେ ସ୍ଥାନ ପାଇଥିବା ସୁଲକ୍ଷଣା ନାଏକ ଭାରତ ପାଇଁ ୪୬ଟି ଦିନିକିଆ, ୩୧ଟି ଟି-୨୦ ମ୍ୟାଚରେ ପ୍ରତିନିଧିତ୍ୱ କରିଛନ୍ତି।

Comment