ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ ଓଡ଼ିଶା ଷ୍ଟେଟ୍ ମେଡିକାଲ୍ କର୍ପୋରେସନ୍ ଲିମିଟେଡ୍ରେ (OSMCL) ୨ଟି ସର୍ଟ ଟର୍ମ କନ୍ସଲ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ୬ ମାସ ପାଇଁ ଚୁକ୍ତିଭିତ୍ତିକ। ଆସନ୍ତାକାଲି ଆବେଦନର ଶେଷ ତାରିଖ।
- ସର୍ଟ ଟର୍ମ କନ୍ସଲ୍ଟାଣ୍ଟ- ଡ୍ରଗ୍ସ ଏଣ୍ଡ ସର୍ଜିକାଲ ପାଇଁ ଗୋଟିଏ ପଦବୀ ଉଦ୍ଦିଷ୍ଟ (ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ)
- ସର୍ଟ ଟର୍ମ କନ୍ସଲ୍ଟାଣ୍ଟ- ଇକ୍ୟୁପ୍ମେଣ୍ଟ୍ସ୍ ପାଇଁ ଗୋଟିଏ ପଦବୀ ଉଦ୍ଦିଷ୍ଟ (ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ)
ଦରମା
- ସର୍ଟ ଟର୍ମ କନ୍ସଲ୍ଟାଣ୍ଟ (ଡ୍ରଗ୍ସ ଏଣ୍ଡ ସର୍ଜିକାଲ) – ୪୫,୦୦୦ ଟଙ୍କା
- ସର୍ଟ ଟର୍ମ କନ୍ସଲ୍ଟାଣ୍ଟ (ଇକ୍ୟୁପ୍ମେଣ୍ଟସ୍) – ୪୫,୦୦୦ ଟଙ୍କା
ଆବେଦନ ପ୍ରକ୍ରିୟା
ଆବେଦନକରୀମାନେ ଅନ୍ଲାଇନ୍ ଆବେଦନ କରିପାରିବେ। ଆବେଦନପତ୍ର ପୂରଣ କରିବା ସହ ଆବଶ୍ୟକୀୟ ସମସ୍ତ ଶିକ୍ଷାଗତ କାଗଜପତ୍ର, ପ୍ରମାଣପତ୍ର ଫେବ୍ରୁଆରି ୫ ତାରିଖ ସୁଦ୍ଧା ଦାଖଲ କରିବାକୁ ହେବ। ଏହା ପରେ ଏହି ଆବେଦନପତ୍ରକୁ ଡାଉନ୍ଲୋଡ୍ କରି ଦରକାରୀ କାଗଜପତ୍ର ସହ ଡାକ ମାଧ୍ୟମରେ ଫେବ୍ରୁଆରି ୧୨ ତାରିଖ ପୂର୍ବରୁ ନିମ୍ନଲିଖିତ ଠିକଣାକୁ ପଠାଇବାକୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ଓଡ଼ିଶା ଷ୍ଟେଟ୍ ମେଡିକାଲ୍ କର୍ପୋରେସନ୍ ଲିମିଟେଡ୍, ରାମ ମନ୍ଦିର ସାମନା, କନ୍ଭେଣ୍ଟ ସ୍କୋୟାର, ଭୁବନେଶ୍ଵର, ଓଡ଼ିଶା-୭୫୧୦୦୧
- ଏନ୍ଭେଲୋପ୍ରେ ଆବେଦନ କରୁଥିବା ପଦବୀ ସହ ଆବେଦନକାରୀଙ୍କ ଆପ୍ଲିକେସନ୍ ନମ୍ବର ଲେଖିବାକୁ ବିଜ୍ଞପ୍ତିରେ କୁହାଯାଇଛି।
- ଏହି ବିଜ୍ଞପ୍ତି ସମ୍ବନ୍ଧିତ ଅଧିକ ତଥ୍ୟ ପାଇଁosmcl.nic.in ଓ୍ଵେବ୍ସାଇଟ୍ରେ ଯୋଗାଯୋଗ କରିବାକୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।









