ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରିବା ମନା। ବାପୁଜି ନଗର, ରାଜମହଲ, ଏଜି ଛକ ଓ ଶିଶୁ ଭବନ ଛକ ଅଞ୍ଚଳରେ ରାସ୍ତା କଡ଼ରେ ରଖିପାରିବେନି ବାଇକ। ଏନେଇ କମିସନରେଟ୍ ପକ୍ଷରୁ ନିୟମ କଡ଼ାକଡ଼ି କରାଯାଇଛି। ନିୟମ ଉଲ୍ଲଘଂନ କଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା।
କମିସନରେଟ୍ ପୋଲିସ ପକ୍ଷରୁ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଏବେ ବାପୁଜି ନଗର, ରାଜମହଲ ଅଞ୍ଚଳର ରାସ୍ତା କଡ଼ରେ ୪୫ ଡିଗ୍ରୀ ଆଙ୍ଗେଲରେ କାର ପାର୍କିଂ ହେବ। ଯେଉଁ ସ୍ଥାନରେ ବାଇକ୍ ପାର୍କିଂ ର ଫଳକ ଲାଗିଥିବ, ସେହି ସ୍ଥାନରେ ଦୁଇ ଚକିଆ ଯାନ ପାର୍କିଂ କରାଯିବ।
କ୍ୟାପିଟାଲ ଥାନା ନିକଟରେ ଦୁଇଚକିଆ ଯାନ ପାର୍କିଂ କରାଯିବାର ବ୍ୟବସ୍ଥା କରାଯିବ। କେହି ଫୁଟ୍ପାଥ ଅବରୋଧ କରିପାରିବେନି କି ଠେଲାଗାଡ଼ି ପାର୍କିଂ କରିପାରିବେ ନାହିଁ।
କମିସନରେଟ୍ ପୁଲିସର ନୂଆ ନିର୍ଦ୍ଦେଶନାମା ଅନୁସାରେ, କଳ୍ପନା ଛକରୁ ରାଜମହଲ ଛକ ସର୍ଭିସ ରାସ୍ତାର ଦୁଇ ପାର୍ଶ୍ୱରେ କୌଣସି ବ୍ୟକ୍ତି ଦୁଇଚକିଆ ଯାନ ପାର୍କିଂ କରିପାରିବେ ନାହିଁ।


















