ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଦିନିକିଆ ସିରିଜ୍ ଓ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା। ଗୋଡ଼ରେ ଆଘାତ ହେତୁ ତାଙ୍କୁ ଦଳରୁ ଦୂରେଇ ଦିଆଯାଇଛି।

ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-୨୦ ସମୟରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏହାପରେ ସେ ଫିଲଡିଂ କରିନଥିଲେ। କେବଳ ବ୍ୟାଟିଂ କରିବାକୁ ରାହୁଲଙ୍କ ସହ ମଇଦାନକୁ ଓହ୍ଲାଇଥିଲେ ରୋହିତ। ତେବେ ଆଗାମୀ ଦିନିକିଆ ଓ ଟେଷ୍ଟ ପାଇଁ ସେ ଫିଟ୍ ନଥିବାରୁ ଦଳରୁ ତାଙ୍କୁ ବାହାର କରାଯାଇଛି।ତାଙ୍କ ବଦଳରେ ଦିନିକିଆରେ ମୟଙ୍କ ଅଗ୍ରୱାଲଙ୍କୁ ସାମିଲ କରାଯାଇଛି। ଟେଷ୍ଟ ଦଳର ଘୋଷଣା ଏ ପର୍ଯ୍ୟନ୍ତ ହୋଇନଥିବାରୁ ସେଥିପାଇଁ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ।

ଆଗାମୀ ଫେବ୍ରୁଆରି ୫ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ଏଥିସହ ଆଗକୁ ୨ଟି ଟେଷ୍ଟ ମ୍ୟାଚ୍ ସିରିଜ୍ ମଧ୍ୟ ଖେଳିବ ଟିମ୍ ଇଣ୍ଡିଆ। ଏହି ଦୁଇଟି ସିରିଜ୍ ପାଇଁ ରୋହିତଙ୍କୁ ଦଳରୁ ବାହାର କରାଯାଇଛି।

Comment