ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଜଧାନୀ ଭୁବନେଶ୍ୱର ଓ ପୁରୀର ବିଭିନ୍ନ ଅଞ୍ଚଳରେ ମରାମତି କାମ ହେତୁ ବିଦ୍ୟୁତ୍ ସେବା ବନ୍ଦ ରହିବ। ସେସୁ ପକ୍ଷରୁ ଏନେଇ ନୋଟିସ୍ ଜାରି କରାଯାଇଛି।

ଗୁରୁବାର ଭୁବନେଶ୍ୱରର ରଘୁନାଥପୁର, ତାରିଣୀ ବିହାର, ମାରୁତି ରେସିଡେନ୍ସି, ମୁନସୁନ୍ ଗ୍ରୀନ୍, ନନ୍ଦନକାନନ, ଜିଡିଏସ୍ ଟାୱାରସ ବିଶାଖା ଏନକ୍ଲେଭ୍, ସତ୍ୟମ ଟାୱାର ଅଞ୍ଚଳର ବିଦ୍ୟୁତ୍ ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ରହିବ।

ସେହିପରି ଭୁବନେଶ୍ୱର ଗ୍ରାମୀଣ ଅଞ୍ଚଳର ତ୍ରିନାଥ ବଜାର, ମହିଧରପଡ଼ା, ଡିପିଏସ୍, ସାତୋଳ, ତିରଣପଡ଼ାରେ ସକାଳ ୯ଟାରୁ ଦିନ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ କରାଯିବ।

ଏଥିସହିତ ପୁରୀ ଜିଲ୍ଲାର ଦାଣ୍ଡମୁକୁନ୍ଦପୁର, ସାମପୁର,ସିଙ୍ଗରପୁର,ମୁର୍ଧନିପୁର,ରାଇଘରପୁର ଓ ଅବଲୁପୁରରେ ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବନ୍ଦ ରହିବ।

LEAVE A REPLY

Please enter your comment!
Please enter your name here