ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପ ବନ୍ଦରରେ ଲାଗିଛି ଚୀନରୁ ଆସିଥିବା ଜାହାଜ। ଏହି ଜାହାଜଟି ଚୀନରୁ ଥର୍ମାଲ କୋଇଲା ନେଇ ପାରାଦୀପ ଆସିଛି। ଶୁକ୍ରବାର ଦିନ ଏହି ଜାହାଜଟି ପାରାଦୀପ ବନ୍ଦରରେ ଲାଗିବା ପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଜାହାଜକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି।

ଜାହାଜରେ ଥିବା ସମସ୍ତ କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଚୀନରେ ଏବେ କୋରୋନା ଭାଇରସ୍‌ ମୃତ୍ୟୁର ତାଣ୍ଡବ ରଚିଛି। ଏପର୍ଯ୍ୟନ୍ତ ଏହି ରୋଗର କୌଣସି ପ୍ରତିଷେଧକ ବାହାରି ନାହିଁ। କୋରୋନା ଭାଇରସ୍‌ ଚୀନରେ ବର୍ତ୍ତମାନ ସୁଦ୍ଧା ୬୦୦ ଲୋକଙ୍କ ଜୀବନ ନେଲାଣି। ମହାମାରୀ ଭଳି ଏହି ରୋଗ ଚୀନରେ ବ୍ୟାପି ଚାଲିଛି।

ଏଣୁ ଚୀନରୁ ଯେଉଁମାନେ ଭାରତ ଆସୁଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। କୋରୋନାକୁ ନେଇ ସାରା ଦେଶରେ ଆଲର୍ଟ ଜାରି କରାଯାଇଛି। କେରଳରେ ପ୍ରଥମ କୋରୋନା ରୋଗୀ ଚିହ୍ନଟ ହେବା ପରେ ସାରା ଦେଶରେ ଭୟ ସୃଷ୍ଟି ହୋଇଛି।

Comment