ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ (OSSC)ଙ୍କ କାର୍ଯ୍ୟାଳୟ ତଥା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ୩୧ଟି ଜୁନିୟର୍ ଆସିଷ୍ଟାଣ୍ଟ୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିପାଇଁ ଆବେଦନର ଶେଷ ତାରିଖ ଫେବ୍ରୁଆରି ୧୫ ତାରିଖ ରଖାଯାଇଛି। ଆଗ୍ରହୀ ପ୍ରାର୍ଥୀ ଫେବ୍ରୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ କରିପାରିବେ। ଏହି ସମସ୍ତ ନିଯୁକ୍ତି ଚୁକ୍ତିଭିତ୍ତିକ ରହିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ପଦବୀ ସଂଖ୍ୟା – ଜୁନିୟର୍ ଆସିଷ୍ଟାଣ୍ଟ୍(୩୧)                       

  • ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ(୧୧)
  • ସାଧାରଣ ବର୍ଗ – ୬ (ମହିଳା-୨)
  • ଏସସି – ୨ (ମହିଳା-୧)
  • ଏସଟି – ୨ (ମହିଳା-୧)
  • ଏସ.ଇ.ବି.ସି – ୧

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ(୨୦) 

  • ସାଧାରଣ ବର୍ଗ – ୯ (ମହିଳା-୪)
  • ଏସସି – ୩ (ମହିଳା-୧)
  • ଏସଟି – ୫ (ମହିଳା-୨)
  • ଏସ.ଇ.ବି.ସି – ୩ (ମହିଳା-୧)

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷଣ ରହିଛି।

ବୟସ – ୨୧ରୁ ୩୨ ବର୍ଷ

  • ଏସସି, ଏସ.ଟି, ଏସ.ଇ.ବି.ସି ଓ ମହିଳାମାନଙ୍କ ପାଇଁ ୫ ବର୍ଷ କୋହଳ
  • ଭିନ୍ନକ୍ଷମଙ୍କ ପାଇଁ ୧୦ ବର୍ଷ କୋହଳ

ଶିକ୍ଷାଗତ ଯୋଗ୍ୟତା – କଳା, ବିଜ୍ଞାନ କିମ୍ବା ବାଣିଜ୍ୟରେ ଯୁକ୍ତ ୩ ପାସ କରିଥିବେ ଏବଂ କମ୍ପ୍ୟୁଟର ଜ୍ଞାନ ଥିବ।

ଦରମା – ୮,୮୮୦ ଟଙ୍କା

ଚୟନ ପ୍ରକ୍ରିୟା

  • ପ୍ରିଲିମିନାରୀ ପରୀକ୍ଷା
  • ମୂଖ୍ୟ ଲିଖିତ ପରୀକ୍ଷା
  • କମ୍ପ୍ୟୁଟର ସ୍ଲିଲ ପରୀକ୍ଷା
  • ସାର୍ଟିଫିକେଟ ଯାଞ୍ଚ

ଫି’ – ଏସସି, ଏସଟି ଓ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ବାଦ ଦେଇ ଅନ୍ୟମାନଙ୍କୁ ୨୦୦ ଟଙ୍କା ପରୀକ୍ଷା ଫି’ ଅନଲାଇନ୍ ଦାଖଲ କରିବାକୁ ପଡିବ।

ଅନଲାଇନ୍ ଆବେଦନ ଓ ସବିଶେଷ ତଥ୍ୟ ପାଇଁ ଆଗ୍ରହୀ ପ୍ରାର୍ଥୀ ossc.gov.inରେ ଲଗଇନ୍ କରିପାରିବେ।

Comment