ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା: ବ୍ରଜରାଜ ନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଉଠାଇ ନେଲା ଛତିଶଗଡ଼ ପୋଲିସ। ରାୟଗଡ଼ ଜିଲ୍ଲାର ଚକ୍ରଧର ନଗର ଥାନାରେ ଅଟକ ରଖି ପୋଲିସ ତାଙ୍କୁ ପଚରାଉଚରା କରୁଛି। ବିଳମ୍ବିତ ରାତିରେ ବ୍ରଜରାଜ ନଗର ସାଇ ମନ୍ଦିରରୁ ପୋଲିସ ତାଙ୍କୁ ଗିରଫ କରିଛି। ଅନୁପଙ୍କ ଗିରଫ କରିବା ନେଇ ବ୍ରଜରାଜନଗର ଗାନ୍ଧୀଛକ ଥାନା ପୋଲିସ ସୂଚନା ଦେଇଛି।

ଜଣେ ମହିଳାଙ୍କୁ ହତ୍ୟା ମାମଲାରେ ଛନ୍ଦି ହୋଇଯାଇଛନ୍ତି ପୂର୍ବତନ ବିଧାୟକ।

ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ତିନି ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କଂଗ୍ରେସ ଟିକେଟ୍‌ରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରୁ ସେ ବିଜେଡିରେ ଯୋଗ ଦେଇଥିଲେ। ବର୍ତ୍ତମାନ ପାଣ୍ୟାଗାର ନିଗମର ଅଧ୍ୟକ୍ଷ ଅଛନ୍ତି।

୨୦୧୬ ଏପ୍ରିଲ ମାସରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ରେ ୩୨ ବର୍ଷୀୟା କଳ୍ପନା ଦାସ ଓ ତାଙ୍କର ୧୪ ବର୍ଷୀୟା ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟା କରାଯାଇଥିଲା। ଉଭୟଙ୍କୁ ହତ୍ୟା କରାଯାଇ ଛତିଶଗଡ଼ ସୀମାରେ ଫିଙ୍ଗା ଯାଇଥିଲା। ଛତିଶଗଡ଼ ପୋଲିସ ମୃତଦେହ ଜବତ କରି ତଦନ୍ତ କରିଥିଲା। ତେବେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ସନ୍ଦେହ କରି ଛତିଶଗଡ଼ ପୋଲିସ ଅନୁପ ସାଏଙ୍କୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here