ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (OSSC) ଅଧୀନରେ କମ୍ବାଇଣ୍ଡ୍ ପୋଲିସ୍ ସର୍ଭିସ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୧୫ ଯାଏଁ ଆବେଦନ କରିପାରିବେ। ପୂର୍ବରୁ ଆବେଦନର ଶେଷ ତାରିଖ ଜାନୁଆରି ୩୦ ଥିଲା।
ପଦବୀ ସଂଖ୍ୟା:
- ଏସ୍.ଆଇ ପୋଲିସ୍- ୧୪୩ଟି ପଦବୀ
- ଏସ୍.ଆଇ ପୋଲିସ୍ (Armed) – ୧୩୦ଟି ପଦବୀ
- ଷ୍ଟେସନ୍ ଅଫିସର୍- ୧୦ଟି ପଦବୀ
ବୟସ
ଏହି ପଦବୀ ପାଇଁ ଇଛୁକ ପ୍ରାର୍ଥୀଙ୍କ ବୟସ ୨୦୧୮ ମସିହା ଜାନୁଆରୀ ୧ ତାରିଖ ସୁଦ୍ଧା ୨୧ ବର୍ଷରୁ କମ ଓ ୨୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ ବୋଲି ଷ୍ଟାଫ୍ ସିଲେକସନ୍ କମିସନ ପକ୍ଷରୁ ଦର୍ଶାଯାଇଛି। ଏସ.ସି, ଏସ.ଟି ,ଏସ.ଇ.ବି.ସି, ମହିଳା, ଓ ଏକ୍ସ ସର୍ଭିସମେନ୍ ଅନ୍ତର୍ଭୁକ୍ତ ପ୍ରାର୍ଥୀଙ୍କ ପାଇଁ ବୟସସୀମା ୫ ବର୍ଷ କୋହଳ କରାଯାଇଛି ।
ଶିକ୍ଷାଗତ ଯୋଗ୍ୟତା
- ଏହି ପଦବୀ ପାଇଁ ଇଛୁକ ପ୍ରାର୍ଥୀମାନେ କୌଣସି ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍ ପାସ କରିଥିବା ଦରକାର। ଷ୍ଟେସନ ଅଫିସର ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ସାଇନ୍ସ କିମ୍ବା ଇଂଜିନିୟରିଂ ଗ୍ରାଜୁଏଟ୍ ହୋଇଥିବା ଦରକାର।
- ଯେଉଁମାନେ ଓଡିଆ ବିଷୟରେ ହାୟର ସେକେଣ୍ଡାରୀ ପାସ କରିନଥିବେ, ସେମାନଙ୍କୁ ଓଡିଆ ବିଷୟରେ ଏମ.ଇ ପାସ କରିଥିବାର ସାର୍ଟିଫିକେଟ ଦାଖଲ କରିବାକୁ ପଡିବ ।
ଆବେଦନ ପ୍ରକ୍ରିୟା
ଏହି ପଦବୀ ଗୁଡିକ ପାଇଁ ଅନଲାଇନ୍ ଆବେଦନ କରିବାକୁ ପଡିବ। ଆବେଦନପତ୍ର ପୂରଣ କରିବା ସହ ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍ ଅପ୍ଲୋଡ୍ କରିବାକୁ ହେବ।
ଶୁଳ୍କ
ଏସ.ସି, ଏସ.ଟି ଅନ୍ତର୍ଭୁକ୍ତ ପ୍ରାର୍ଥୀମାନଙ୍କୁ ବାଦ ଦେଇ ଅନ୍ୟ ପ୍ରାର୍ଥୀମାନଙ୍କ ପାଇଁ ପରୀକ୍ଷା ଶୁଳ୍କ ୨୦୦ ଟଙ୍କା ରଖାଯାଇଛି। ଯାହା ସେମାନଙ୍କୁ ଅନଲାଇନ୍ ପଇଠ କରିବାକୁ ପଡିବ।
ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ www.ossc.gov.in ଓ୍ଵେବ୍ସାଇଟ୍କୁ ଯାଆନ୍ତୁ।











