ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଶିକ୍ଷୟିତ୍ରୀଙ୍କ ଅଭାବନୀୟ କାଣ୍ଡ। ୟୁନିଫର୍ମ ପିନ୍ଧି ନଥିବାରୁ ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ପ୍ୟାଣ୍ଟ ଖୋଲି ଦେଲେ ଶିକ୍ଷୟିତ୍ରୀ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଟାଟା ବେଞ୍ଜ ଛକଠାରେ ଥିବା କେସି ପବ୍ଲିକ ସ୍କୁଲରେ। ଏନେଇ ଅଭିଯୋଗ ପରେ ଶିକ୍ଷୟିତ୍ରୀ ଜଣକ ଥାନାରେ ଅଟକ ଅଛନ୍ତି।
ସ୍ଥାନୀୟ ଟାଟା ବେଞ୍ଜ ଛକରେ ଥିବା କେସି ପବ୍ଲିକ ସ୍କୁଲର ଜଣେ ୬ ବର୍ଷର ଛାତ୍ରୀ ସ୍କୁଲ ୟନିଫର୍ମ ପିନ୍ଧିନଥିବାରୁ ସ୍କୁଲର ଜଣେ ଶିକ୍ଷୟତ୍ରୀ ଶ୍ରେଣୀ କକ୍ଷରେ ସବୁପିଲାଙ୍କ ଆଗରେ ତା ପ୍ୟାଣ୍ଟ କାଢ଼ି ଦେଇଥିଲେ। ଝିଅକୁ ସ୍କୁଲରୁ ନେବାକୁ ଆସିବା ପରେ ଏନେଇ ଅଭିଭାବକ ଅବଗତ ହୋଇଥିଲେ।

ଝିଅଟି କାନ୍ଦି କାନ୍ଦି ସବୁ କଥା କହିଲା ପରେ ସ୍କୁଲର ଅଧ୍ୟକ୍ଷଙ୍କୁ ଜଣାଇଥିଲେ ଝିଅର ବାପା। ଏହି ଘଟଣା ପରେ ସ୍କୁଲ ବାହାରେ ଅଭିଭାବକଙ୍କ ମଧ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା। ଛାତ୍ରୀ ଜଣକ ଜଣେ ସ୍ଥାନୀୟ ଓକିଲଙ୍କ ଝିଅ ହୋଇଥିବାରୁ ବହୁ ଓକିଲ ଖବର ପାଇଁ ସେଠାରେ ପହଞ୍ଚି ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ପରେ ବିଏନ ପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଅଭିଭାବକମାନଙ୍କୁ ଶାନ୍ତ କରାଇଥିଲା। ପରେ ଶିକ୍ଷୟିତ୍ରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
















