ଓଡ଼ିଶାଲାଇଭ୍ ବ୍ୟୁରୋ![](https://odisha.live/wp-content/uploads/2020/01/migraine_headache-300x200.jpg)
ମାନସିକ ଚାପ ମୁଣ୍ଡବିନ୍ଧାର ଏକ ପ୍ରମୁଖ କାରଣ। ଅନେକ ଏଥିରୁ ଦୂରେଇ ରହିବା ପାଇଁ ଡାକ୍ତରଙ୍କ ବିନା ପରାମର୍ଶରେ ଅନେକ ଉପାୟ ଆପଣେଇଥାନ୍ତି ଲୋକେ। ଏହାଦ୍ୱାରା ବିଭିନ୍ନ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥାଏ। ଆହୁରି ଅନେକ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ। ତେବେ ଔଷଧ ଖାଇବା ଛଡ଼ା ଆହୁରି ମଧ୍ୟ ଅନ୍ୟ ଉପାୟ ରହିଛି ଯାହାଦ୍ୱାରା ଆପଣ ମୁଣ୍ଡବିନ୍ଧାରୁ ଦୂରେଇ ରହିପାରିବେ।
- ପ୍ରଥମେ ମାନସିକ ଚାପରୁ ନିଜକୁ ଦୂରେଇ ରଖିବା ଲାଗି ଯଥାସମ୍ଭବ ଚେଷ୍ଟା କରନ୍ତୁ। ଉପଯୁକ୍ତ ବିଶ୍ରାମ କରନ୍ତୁ।
- ସୁଷମ ଖାଦ୍ୟ ଖାଇବା ସହିତ ବ୍ୟାୟାମ, ଯୋଗ, ପ୍ରାଣାୟମ ଅଭ୍ୟାସ କରନ୍ତୁ। ଏହି ଅଭ୍ୟାସ ଦ୍ୱାରା ମାନସିକ ଚାପ ଦୂର ହୁଏ ଫୁଳରେ ମୁଣ୍ଡବିନ୍ଧା କମେ।
- ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଓ ସକାଳୁ ଉଠିବା ଅଭ୍ୟାସ କରନ୍ତୁ। ଏହି ଅଭ୍ୟାସ ଦ୍ୱାରା ମୁଣ୍ଡବିନ୍ଧାରେ ଉପଶମ ମିଳେ।