ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ପାଇଁ ଆଣିଥିବା ବଜେଟରେ ଗୋଟିଏ ନୂଆ କଥା ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟର ଶିଶୁ ଓ ମହିଳାଙ୍କ ପୁଷ୍ଟି ସାଧନ ପାଇଁ ବ୍ୟାପକ ଅର୍ଥ ମଞ୍ଜୁରୀ ହୋଇଛି। ରାଜ୍ୟର ଅପପୁଷ୍ଟି ଓ ସ୍ୱଳ୍ପ ପୁଷ୍ଟିକୁ ମୁକାବିଲା କରିବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି। ଆଶା କରାଯାଉଛି ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଫଳରେ ଶିଶୁ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଅଣାଯାଇପାରିବ।

ବଜେଟ ବିବରଣୀ ଅନୁସାରେ ରାଜ୍ୟର ପୁଷ୍ଟି ସମ୍ପର୍କିତ କାର୍ଯ୍ୟକ୍ରମର ଏକ ସମୂହ ମାନଚିତ୍ର ଅଙ୍କା ଯିବ। କେଉଁ କାର୍ଯ୍ୟକ୍ରମ କେତେ ସଫଳ ହୋଇଛି ବିଭିନ୍ନ ବିଭାଗ ଯେଉଁ ଅର୍ଥ ଖର୍ଚ୍ଚ କରୁଛନ୍ତି ତାହା ଦ୍ୱାରା ଅପପୁଷ୍ଟି ରୋକିବା କେତେଦୂର ସଫଳ ହୋଇଛି ତାହା ଏବେ ସ୍ପଷ୍ଟ ଭାବରେ ଜାଣିହେବ।

ଗତ ବର୍ଷ ବଜେଟରେ ପୁଷ୍ଟି ବିକାଶ ବାବଦକୁ ୩ ହଜାର ୯୯୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଆସନ୍ତା ବର୍ଷ ପାଇଁ ଏହି ପରିମାଣକୁ ବୃଦ୍ଧି କରାଯାଇଛି। ୨୦୨୦-୨୧ ବର୍ଷରେ ପୁଷ୍ଟି ବାବଦକୁ ୫ ହଜାର ୨୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ନୂଆ ନୂଆ କାର୍ଯ୍ୟକ୍ରମ ବି କରାଯିବ। ଯାହାଫଳରେ କି ପୁଷ୍ଟିହୀନତା ସମସ୍ୟାକୁ ଦୂର କରାଯିବ।

ସରକାରଙ୍କ ପ୍ରମୁଖ ଦୁଇ ବିଭାଗ ମହିଳା ଓ ଶିଶୁ କଲ୍ୟାଣ ତଥା ମିଶନ ଶକ୍ତିକୁ ଏହି କାର୍ଯ୍ୟକ୍ରମ ଦାୟିତ୍ୱରେ ରଖାଯାଇଛି। ଖାଉଟି କଲ୍ୟାଣ ବିଭାଗର ମଧ୍ୟ ଏଥିରେ ଭାଗିଦାରୀ ରହିବ। ନ୍ୟୁଟ୍ରିସନ ବଜେଟ ଜରିଆରେ ସରକାର ରାଜ୍ୟର ଏକ ବଡ଼ ସମସ୍ୟାକୁ ମୁକାବିଲା କରିବା ପାଇଁ ଆଗେଇ ଆସିଛନ୍ତି ବୋଲି ଧରିନେବାକୁ ହେବ।

LEAVE A REPLY

Please enter your comment!
Please enter your name here