ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ସବୁଠୁ ବ୍ୟସ୍ତ ଷ୍ଟାର ହେଉଛନ୍ତି ଅକ୍ଷୟ କୁମାର। ଖିଲାଡି କୁମାର ଦୀର୍ଘ ୭ ବର୍ଷ ପରେ ଏକତା କପୁରଙ୍କ ସହ କାମ କରିବାକୁ ଯାଉଛନ୍ତି। ଏକତାଙ୍କ ପ୍ରୋଜେକ୍ଟରେ କାମ କରିବାକୁ ଅକ୍ଷୟ କୁମାର ହଁ କରିସାରିଲେଣି। ଏକତାଙ୍କ ଏହି ଫିଲ୍ମ ଏକ କମେଡି ଫିଲ୍ମ ବୋଲି ଜଣାପଡ଼ିଛି।
ମିଡିଆ ରିପୋର୍ଟ ଅନୁସାରେ ଫିଲ୍ମର କାହାଣୀ ଏବେ ଲେଖା ଚାଲିଥିଲା ବେଳେ ଫିଲ୍ମର ଟାଇଟଲ ଏଯାଏଁ ସ୍ଥିର ହୋଇନାହିଁ।
ଏହାପୂର୍ବରୁ ଏକତା କପୁର ଓ ଅକ୍ଷୟ କୁମାର ଓ୍ୱାନ୍ସ ଅପନ ଏ ଟାଇମ୍ ମୁମ୍ବାଇ ଦୋବାରାରେ ଏକାଠି କାମ କରିଥିଲେ। ତା’ପରଠୁ ଏକତା ଓ ଅକ୍ଷୟ ଏକାଠି କାମ କରିବାର ସୁଯୋଗ ପାଇନଥିଲେ।
ଅନ୍ୟପକ୍ଷରେ ଯଦି ଅକ୍ଷୟଙ୍କ କାମ କଥା କୁହାଯାଏ ତେବେ ଆଗାମୀ ଦିନରେ ତାଙ୍କୁ ଅନେକ ଫିଲ୍ମରେ ଦେଖିବାକୁ ମିଳିବ। ତାଙ୍କ ଫିଲ୍ମ ମଧ୍ୟରେ ରହିଛି ଅତରଙ୍ଗୀରେ, ବେଲ୍ ବଟମ୍, ବଚ୍ଚନ ପାଣ୍ଡେ।


















