ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହାସହ ଶ୍ରୀମନ୍ଦିର ଭିତର ବେଢ଼ାରେ ଥିବା ବିଭିନ୍ନ ଦେବା ଦେବୀ ମନ୍ଦିର ବୁଲି ପୂଜାର୍ଚ୍ଚନା କରିଥିଲେ। ମଙ୍ଗଳବାର ରାତିରେ ପୁରୀରେ ପହଞ୍ଚି ସେ ରାତ୍ରିଯାପନ କରିଥିଲେ। ଆଜି ସକାଳୁ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

୨୮ ତାରିଖରେ ଭୁବନେଶ୍ୱର ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ସେହିପରି ଅଗାମୀ ଦିନରେ ପଶ୍ଚିମବଙ୍ଗର ନିର୍ବାଚନ ଥିବାରୁ ନିର୍ବାଚନରେ ଭଲ ପ୍ରଦର୍ଶନ ନେଇ ସେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସିଥିବା କୁହାଯାଉଛି।
ମମତା ବାନାର୍ଜୀ ୪ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି। ସେ ମଙ୍ଗଳବାର ଭୁବନେଶ୍ୱରରେ ବିମାନ ବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରୁ ସେ ସିଧାସଳଖ ପୁରୀ ଅଭିମୁଖେ ଯାଇଥିଲେ।
















