ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶାହଙ୍କୁ ବିମାନବନ୍ଦରରେ ଦଳୀୟ କର୍ମକର୍ତ୍ତାମାନେ ଭବ୍ୟ ସ୍ୱାଗତ କରିଛନ୍ତି। ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତି ଓ ଅନ୍ୟ ସାଂସଦମାନେ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି। ଶାହଙ୍କ ଭବ୍ୟ ସ୍ୱାଗତ ପାଇଁ ଦଳ ପକ୍ଷରୁ ସ୍ୱତନ୍ତ୍ର ଢୋଲ ବାଦ୍ୟ ବଜାଇ ତାଙ୍କୁ ସ୍ୱାଗତ କରାଯାଇଥିଲା।
ବିମାନବନ୍ଦରରେ ଶାହ ସିଧାସଳଖ ଲୋକସେବା ଭବନ ଯିବେ। ଲୋକସଭା ଭବନରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ଯୋଗ ଦେବେ। ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଯୋଗ ଦେବେ। ଏହି ବୈଠକରେ ଦିନ ୨ଟା ଯାଏଁ ଚାଲିବ।
ଏହି ବୈଠକ ପରେ ଜନତା ମଇଦାନରେ ଆୟୋଜିତ ସିଏଏ ସମର୍ଥନ ବୈଠକରେ ଶାହ ଯୋଗ ଦେବେ। ଶାହ ଏଠାରେ ରାଜ୍ୟବାସୀଙ୍କୁ ସିଏଏ ସମର୍ଥନରେ ଉଦବୋଧନ ଦେବେ।


















