ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟବିଶ୍ଵାଳ): ଭାରତ ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ ଗବେଷଣା ପ୍ରତିଷ୍ଠାନର ଏକ ଜାହାଜ ଶନିବାର ଅସ୍ତରଙ୍ଗ ଉପକୂଳ ଦେବୀ ମୁହାଣରେ ପହଞ୍ଚିଛି। ଏହି ଜାହାଜ ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ସୂଚନା ମିଳିଛି। ଏହି ଜାହାଜ ଏଠାରେ ଭୂମିକମ୍ପ, ତୈଳ ଓ ପ୍ରାକୃତିକ ଗ୍ୟାସ ସମ୍ଵନ୍ଧରେ ଗବେଷଣା ପାଇଁ ଆସିଥିବା କୁହାଯାଇଛି।
ମତ୍ସଜୀବୀମାନଙ୍କୁ ଜାହାଜଠାରୁ ବହୁତ ଦୂରରେ ରହିବାକୁ କୁହାଯାଇଛି। ଜାହାଜକୁ ସୁରକ୍ଷା ଦେବା ପାଇଁ ୮ରୁ ୧୦ଟି ସୁରକ୍ଷା ଯାନ ନିୟୋଜିତ କରାଯିବା ସହ ସେମାନଙ୍କ ମଧ୍ୟରେ ଯୋଗାଯୋଗ କରିବା ପାଇଁ ରେଡିଓ ସିଷ୍ଟମ ରଖାଯାଇଛି।
ଏହି ଜାହାଜ ସମୁଦ୍ରତଟଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ରହିବ। ସମସ୍ତ ଗବେଷଣା ଶେଷ ହେବା ପରେ ଜାହାଜ ମାର୍ଚ୍ଚ ୨୫ ତାରିଖରେ ଫେରିଯିବ ବୋଲି ସୂଚନା ମିଳିଛି।
















