ଓଡ଼ିଶାଲାଇଭ୍ ବ୍ୟୁରୋ
ଡେଡଲାଇନ୍ ସରିବା ପରେ ଜୋରଦାର ଚାଲିଛି ଟ୍ରାଫିକ ଯାଞ୍ଚ୍। ସୋମବାର ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଦୁଇ ଘରୋଇ ଶିକ୍ଷାନୁଷ୍ଠାନ ବସ୍କୁ ୫୧ ହଜାର ଟଙ୍କା ଫାଇନ କରିଛି ଭୁବନେଶ୍ୱର ପରିବହନ ବିଭାଗ- ୧। ଉଭୟ ଗାଡ଼ିକୁ ୨୫ ହଜାର ୫ ଶହ ଲେଖାଏଁ ଜରିମାନା କରିଥଲା ବେଳେ ୨ ବସ୍କୁ ସିଜ ମଧ୍ୟ କରାଯାଇଛି।
ଗାଡି ଦୁଇଟିର ରେଜିଷ୍ଟ୍ରେସନ ଓ ଫିଟିନେସ ସାର୍ଟିଫିକେଟ ନଥିବାରୁ ୫ହଜାର , ପ୍ରଦୂଷଣ ପାଇଁ ୧୦ ହଜାର ଓ ପରମିଟ ନଥିବାରୁ ୧୦ ହଜାର ଚାଲାଣ କଟାଯାଇଛି।
ମାର୍ଚ୍ଚ ୧ ତାରିଖରୁ ଟ୍ରାଫିକ ନିୟମ କଡ଼ାକଡ଼ି ହୋଇଛି। ଫଳରେ ସବୁଠି ଜୋରଦାର ଟ୍ରାଫିକ ଯାଞ୍ଚ ଚାଲିଛି। ଖିଲାପକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।