ଓଡ଼ିଶାଲାଇଭ୍‌ ବ୍ୟୁରୋ

 ନିୟମିତ ଗୁଡ଼ ସେବନ କରିବା ଦ୍ଵାରା ଅନେକ ପ୍ରକାର ରୋଗରୁ ରକ୍ଷା ମିଳିଥାଏ। ଏହାକୁ ଆପଣ ନିୟମିତ ଡାଏଟ୍‌ର ସାମିଲ କଲେ ଶରୀରକୁ ଅନେକ ଲାଭ ମିଳିଥାଏ।

ଆୟୁର୍ବେଦ ଅନୁସାରେ ସୁସ୍ଥ ରହିବା ନିମନ୍ତେ ଦୈନିକ ୨୦ଗ୍ରାମ୍ ଗୁଡ଼ ସେବନ କରିବା ଉଚିତ। ଚିନି ଖାଇଲେ ଶରୀରରେ ଅମ୍ଳ ବୃଦ୍ଧି ହେବା ସହ ଏସିଡିଟି ରୋଗ ବଢ଼େ। ହେଲେ ଗୁଡ଼ ଖାଇବା ଦ୍ଵାରା ଶରୀରରୁ ଅମ୍ଳ ସମ୍ପୂର୍ଣ୍ଣ ଭାବେ ଦୂର ହୋଇଥାଏ।

ଗୁଡ଼ ସେବନର ଫାଇଦା ସମ୍ପର୍କରେ ଜାଣନ୍ତୁ-

ହାଡ଼ ଶକ୍ତ ରଖେ

ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠିରେ ଦରଜ ଅନୁଭବ ହେଉଛି ତେବେ ଗୁଡ଼ ସହିତ ଅଦା ଖାଇବା ଦ୍ଵାରା ଆପଣଙ୍କୁ ଲାଭ ମିଳିଥାଏ। କାରଣ ଗୁଡ଼ରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଓ ଫସ୍‌ଫରସ୍‌ ରହିଛି। ଏହି ଦୁଇଟି ତତ୍ତ୍ଵ ହାଡ଼ ଶକ୍ତ କରିବାରେ ସହାୟତା କରେ।

ଏନିମିଆ ରୋଗ

ଗୁଡ଼ରେ ପ୍ରଚୁର ପରିମାଣରେ ଆଇରନ୍‌ ଥିବାରୁ ଏହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଏଥିସହିତ ଏନିମିୟା ରୋଗୀଙ୍କ ପାଇଁ ଗୁଡ଼ର ସେବନ ଖୁବ୍ ଉପକାରୀ ହୋଇଥାଏ।

ଥଣ୍ଡା ଓ କାଶ

ଗୁଡ଼ ଗରମ ହୋଇଥିବାରୁ ଥଣ୍ଡା ଦିନରେ ଏହାକୁ ଖାଇଲେ ଶରୀର ଉଷୁମ ରହିଥାଏ। ଏଥିସହିତ ଥଣ୍ଡା ଓ କାଶ ଭଳି ରୋଗରୁ ରକ୍ଷା କରିଥାଏ। ଗୁଡ଼ ଖାଇଲେ ସଂକ୍ରମଣ ଜନିତ ରୋଗରୁ ବି ମୁକ୍ତି ମିଳିଥାଏ।

ଗଳା ସମସ୍ୟା

କଳା ଲଙ୍କା, ଅଦା ଓ ଗୁଡ଼କୁ ମିଶାଇ ଖାଇବା ଦ୍ୱାରା ଥଣ୍ଡା ଜ୍ୱର ଦୂର ହୁଏ। ଯଦି ଆପଣ ଗୁଡ଼ ଓ ଅଦାକୁ ଗରମ କରି ଖାଇବେ ତେବେ ଗଳା ଜନିତ ସମସ୍ୟାକୁ ତୁରନ୍ତ ଆରାମ ମିଳିବ।

ପେଟ ପାଇଁ ଲାଭଦାୟକ

ଯଦି ଆପଣଙ୍କର କୋଷ୍ଠକାଠିନ୍ୟ, ଗ୍ୟାସ୍‌ ଓ ଅମ୍ଳ ସମସ୍ୟା ରହିଛି ତେବେ ଗୁଡ଼ ଖାଇବା ଭଲ। ଯଦି ଆପଣଙ୍କର ଆମ୍ବିଳା ହେକୁଟି ଆସୁଛି ତେବେ ଗୁଡ଼ ସହିତ କଳା ଲୁଣ ମିଶାଇ ଖାଆନ୍ତୁ। ଦେଖିବେ ନିହାତି ଆରାମ ଲାଗିବ। ଖାଇବା ପରେ ଗୁଡ଼ ଖାଇବା ଦ୍ଵାରା ହଜମ ଶକ୍ତି ବଢ଼ିବା ସହ ଭୋକ ଲାଗିଥାଏ।

ପେଟ ଥଣ୍ଡା ରଖେ ଗୁଡ଼

ଖାଇବା ପିଇବା ଠିକ୍‌ ଭାବେ ନ କଲେ ପେଟ ଗରମ ହୋଇଯାଏ। ଏହାସହ ପରିସ୍ରା ପୋଡ଼ା ଭଳି ସମସ୍ୟା ଦେଖାଦିଏ। ଏଭଳି କ୍ଷେତ୍ରରେ ଲେମ୍ବୁ ମିଶ୍ରିତ ପାଣିରେ ଗୁଡ଼ ମିଶାଇ ପିଇଲେ ପେଟ ଥଣ୍ଡା ହୋଇଥାଏ।

ଥଣ୍ଡା-କାଶରୁ ମୁକ୍ତି

ଥଣ୍ଡା କାଶରୁ ମୁକ୍ତି ପାଇବା ଲାଗି ଗୁଡ଼ ଲାଭଦାୟକ। କଳା ଲୁଣ ଏବଂ ଅଦା ସହିତ ଗୁଡ଼ ମିଶାଇ ଖାଇଲେ ଥଣ୍ଡା କାଶରୁ ଆରାମ ମିଳିଥାଏ। ଯଦି କାଶ ଲାଗିରହେ ତେବେ ଗୁଡ଼ ଖାଇବା ଉଚିତ। ଗୁଡ଼ ସହିତ ଅଦା ମିଶାଇ ଗରମ କରି ଖାଇବା ଦ୍ଵାରା ଗଳା ଠିକ୍‌ ଲାଗିଥାଏ।

ରକ୍ତଚାପ ଠିକ୍‌ ରହେ

ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ତେବେ ଗୁଡ଼ ସେବନ ଆପଣଙ୍କ ପାଇଁ ବରଦାନ ସଦୃଶ୍ୟ। ଡାକ୍ତର ମଧ୍ୟ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଗୁଡ଼ ଖାଇବାକୁ ପରାମର୍ଶ ଦିଅନ୍ତି।

ଆଖିପାଇଁ ଲାଭଦାୟକ

ଯଦି ଆପଣଙ୍କ ଆଖିର ପାୱାର କମ୍‌ ଅଛି ତେବେ ଗୁଡ଼ ସେବନ ଲାଭଦାୟକ ହେବ। କେବଳ ସେତିକି ନୁହେଁ ଗୁଡ଼ ଆଖିର ରଶ୍ମିକୁ ବଢ଼ାଇବାରେ ସହାୟତା କରେ।

ଗ୍ୟାଷ୍ଟ୍ରିକ୍‌ ସମସ୍ୟା

ଗୁଡ଼ ରକ୍ତ ପରିଷ୍କାର କରିବା ସହିତ ମେଟାବଲିଜିମର ମାତ୍ରା ନିୟନ୍ତ୍ରଣ କରିଥାଏ। କ୍ଷୀରରେ ଗୁଡ଼ ମିଶାଇ ଖାଇଲେ ଅନେକ ଫାଇଦା ହୋଇଥାଏ। ଗ୍ୟାଷ୍ଟ୍ରିକ ରୋଗ ପାଇଁ ଗୁଡ଼ ଔଷଧ ଭଳି କାମ କରେ। ଖାଇସାରିବା ପରେ ପ୍ରତିଦିନ ଗୁଡ଼ ଖାଇଲେ ଗ୍ୟାଷ୍ଟିକ୍ ହୋଇନଥାଏ।

ଉଚ୍ଚ ରକ୍ତଚାପ

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ରଖିବା ପାଇଁ ଗୁଡ଼ ଖାଇବା ଉପଯୋଗୀ। ଏହା ବ୍ୟତୀତ ପ୍ରତିଦିନ କ୍ଷୀର ସହ ଗୁଡ଼ ମିଶାଇ ପିଇବା ଦ୍ୱାରା ହାଡ଼ ମଜଭୁତ ରହିଥାଏ।

ଆଲର୍ଜି ସମସ୍ୟା

ଆଲର୍ଜି ଓ ସଂକ୍ରମଣ ଭଳି ରୋଗ ସମସ୍ୟା ବଢ଼ିଯାଏ। ଏଥିରୁ ବଞ୍ଚିବା ପାଇଁ ଗୁଡ଼ ଖାଇବା ଉପଯୋଗୀ।

Comment