ଓଡ଼ିଶାଲାଇଭ୍ ବ୍ୟୁରୋ

ଏସସିବିରୁ ଚମ୍ପଟ୍ ମାରିଥିବା କୋରୋନା ସନ୍ଦିଗ୍ଧଙ୍କ ଠିକଣା ମିଳିଛି। ମେଡିକାଲରୁ ଛୁ ହୋଇଥିବା ସନ୍ଦିଗ୍ଧ ଆୟାର୍ଲାଣ୍ଡର ନାଗରିକ ଭୁବନେଶ୍ୱରରେ ଏକ ହୋଟେଲରେ ଥିବା ଜଣାପଡ଼ିଛି।

ଗୁରୁବାର ସେ ବିମାନବନ୍ଦରରେ ପହଞ୍ଚିବା ପରେ କ୍ୟାପିଟାଲ ମେଡ଼ିକାଲ କର୍ମଚାରୀ ତାଙ୍କୁ କଟକ ଏସସିବିକୁ କୋରୋନା ଯାଞ୍ଚ ପାଇଁ ନେଇଥିଲେ। ସେଠାରେ ଡାକ୍ତରୀ ଦଳ ତାଙ୍କୁ ଆଇସୋଲେସନ ୱାର୍ଡରେ ଭର୍ତ୍ତି ହେବାକୁ କହିଥିଲେ। ତେବେ ଏଥିରେ ଅରାଜି ହୋଇ ସେ ଭୁବନେଶ୍ୱର ଚାଲି ଆସିଥିଲେ।

ସନ୍ଦିଗ୍ଧ ଜଣକ ଆଇସୋଲେସନ ୱାର୍ଡରୁ ଫେରାର ହୋଇଯାଇଥିବା ନେଇ ସୂଚନା ଦେଇଥିଲେ ଏସସିବି ଜରୁରୀକାଳୀନ ଅଧିକାରୀ। ଏନେଇ ଏସସିବି କର୍ତ୍ତୃପକ୍ଷ କଟକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ।  ମଙ୍ଗଳାବାଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବର୍ତ୍ତମାନ ସନ୍ଦିଗ୍ଧ ଜଣକ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ରହିଛନ୍ତି। ତାଙ୍କ ଉପରେ ନଜର ରଖାଯାଇଥିବା ନେଇ କ୍ୟାପିଟାଲ ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି।

ଭାରତରେ କୋରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିପାଇଁ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ସଜାଗ ରହିବାକୁ ଆଡଭାଇଜରୀ କରାଯାଇଥିଲେ। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର କୋରୋନାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼କଡ଼ି କରିଛନ୍ତି। ରାଜ୍ୟ ବାହାରୁ ବା ବିଦେଶରୁ ଆସୁଥିବା ଲୋଙ୍କୁ ବିଶେଷ ଯାଞ୍ଚ କରାଯାଉଛି।

Comment