ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପୋଲିସ୍‌ ମୋଟର ପରିବହନ ସଂସ୍ଥାରେ ଡ୍ରାଇଭର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମୁଦାୟ ୨୩୧ଟି ପଦବୀରେ ଏହି ନିଯୁକ୍ତି ଦିଆଯିବ। ଏନେଇ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୨୮ ତାରିଖ ଯାଏଁ ରହିଛି।

ଯୋଗ୍ୟତା:

ପ୍ରାର୍ଥୀ ଓଡ଼ିଆ ଏକ ବିଷୟ ରୂପେ ନେଇ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ କିମ୍ବା ଏମ୍‌.ଇ ଷ୍ଟାଣ୍ଡାର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ।

ପ୍ରାର୍ଥୀ ଓଡ଼ିଆ ଭାଷା କହି ପାରୁଥିବା ସହ ଲେଖି ଓ ପଢ଼ିପାରୁଥିବା ଦରକାର।

ହାଲୁକା/ଭାରିଯାନ ଚଳାଇବାର ପେଶାଦାର ଗାଡ଼ି ଚାଳନାରେ ବୈଧ ଲାଇସେନ୍ସ ଥିବା ଦରକାର।

ବୟସ ସୀମା:

୨୦୨୦ ଜାନୁଆରି ୧ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮ରୁ କମ୍‌ ଓ ୨୩ ବର୍ଷରୁ ଅଧିକ ହୋଇନଥିବ।

ସଂରକ୍ଷିତବର୍ଗ ପାଇଁ ବୟସ ସୀମା କୋହଳ କରାଯାଇଛି।

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ oprecruitment.in ଓ୍ଵେବ୍‌ସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ ଆବେଦନ କରିପାରିବେ କିମ୍ଵା ନିକଟସ୍ଥ କମନ୍‌ ସର୍ଭିସ ସେଣ୍ଟର ଯାଇ ଆବେଦନ କରିପାରିବେ।

ଆବେଦନ ଶୁଳ୍କ – କେବଳ ଅଣ ସଂରକ୍ଷିତବର୍ଗ ପ୍ରାର୍ଥୀମାନେ ପରୀକ୍ଷା ଶୁଳ୍କ ହିସାବରେ ୧୫୦ ଟଙ୍କା ଦେବେ। ଅନ୍ୟମାନେ ୩୦ ଟଙ୍କା ଦେବେ। ଏହି ନିଯୁକ୍ତି ବିଷୟରେ ସବିଶେଷ ତଥ୍ୟ ପାଇଁ odishapolice.gov.in ରେ ଲଗ୍‌ଇନ୍‌ କରନ୍ତୁ।

Source: (www.chakiri.plus)

Comment