ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନାକୁ ନେଇ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଥିଲା ବେଳେ ଏହାକୁ ନେଇ ବିଧାନସଭାରେ ସତର୍କତା ଅବଲମ୍ବନ କରାଯାଇଛି। ଏଥିପାଇଁ ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

କାର୍ଯ୍ୟାଳୟ ପରିଷ୍କାର ରଖିବା ସହିତ ଟେବୁଲ, କମ୍ପ୍ୟୁଟର, ଫୋନ ଆଦିକୁ ଦିନକୁ ୬ ଥର ସାନିଟାଇଜ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି। କର୍ମଚାରୀମାନେ ନିୟମିତ ଭାବେ  ଟିସୁ ପେପର, ହ୍ୟାଣ୍ଡ ଓ୍ୱାସ, ସାବୁନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି କାଶ, ଛିଙ୍କ ହେଉଥିଲେ ଟିସୁ ପେପର ବ୍ୟବହାର କରିବାକୁ କୁହାଯାଇଛି।

ବାୟୋମେଟ୍ରିକ ବଦଳରେ ଉପସ୍ଥାନ ରେଜିଷ୍ଟର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏଥସିହିତ ବିଧାନସଭା ଡିସପେନସରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବାକୁ କୁହାଯାଇଛି।

କମଚାରୀମାନେ ଏକାଠି ବୈଠକ ନକରିବାକୁ କୁହାଯିବା ସହ କୌଣସି ଅବ୍ୟବହୃତ ଜିନିଷକୁ ଏତେତେଣେ ନିଫିଙ୍ଗିବାକୁ କଡ଼ା ନିର୍ଦ୍ଦେଶ ରହିଛି।

Comment