ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଦ୍ଧାର ହେଲେ ପୁରୀରୁ ନିଖୋଜ ହୋଇଯାଇଥିବା କେନ୍ଦ୍ରାପଡ଼ାର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ। ଯନ୍ତ୍ରୀ ଜଣକ ହେଉଛନ୍ତି ମୁରାରୀ ମୋହନ ଜେନା। ମୁରାରୀଙ୍କୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଭଗବତୀ ମନ୍ଦିର ପରିସରରୁ ଉଦ୍ଧାର କରାଯାଇଛି। ସୋସିଆଲ୍‌ ମିଡିଆରେ ତାଙ୍କୁ ଜଣେ ବ୍ୟକ୍ତି ଚିହ୍ନି ପରିବାରକୁ ଖବର ଦେଇଥିଲେ।

ଶୁକ୍ରବାର ସକାଳେ ମୁରାରୀଙ୍କ ଝିଅଙ୍କ ମୋବାଇଲ ନମ୍ବରକୁ ଏକ ଅପରିଚିତ ବ୍ୟକ୍ତିଙ୍କ କଲ୍ ଆସିଥିଲା। ବ୍ୟକ୍ତି ଜଣକ ମୁରାରୀଙ୍କୁ ଦେଖିଥିବା ନେଇ ତାଙ୍କ ଝିଅକୁ କହିଥିଲେ। ପରେ ବ୍ୟକ୍ତି ଜଣକ ମୁରାରୀଙ୍କ ଫଟୋ ଉଠାଇ ତାଙ୍କ ଝିଅ ନିକଟକୁ ପଠାଇଥିଲେ। ପରେ ଝିଅ ନିଜ ବାପାଙ୍କୁ ଚିହ୍ନିଥିଲା। ମୁରାରୀଙ୍କ ଝିଅ ଏନେଇ ଭୁବନେଶ୍ୱରରେ ରହୁଥିବା ତାଙ୍କ ମାମୁ ଲକ୍ଷ୍ମୀ ନାରାୟଣଙ୍କୁ ଜଣାଇଥିଲେ। ଲକ୍ଷ୍ମୀ ନାରାୟଣ ଖବର ପାଇ ବାଣପୁରରେ ପହଞ୍ଚିଥିଲେ।

ସ୍ଥାନୀୟ ଲୋକେ ମୁରାରୀଙ୍କୁ ନେଇ ବାଣପୁର ପୋଲିସଙ୍କୁ ହସ୍ତାନ୍ତର କରିସାରିଥିଲେ। ପରେ ବାଣପୁର ପୋଲିସ ପୁରୀ ସି ବିଚ୍‌ ଥାନାକୁ ଖବର ଦେଇଥିଲେ। ସି ବିଚ୍‌ ଥାନା ମୁରାରୀଙ୍କୁ ପୁରୀ ନେଇଯାଇଥିବା ଜଣାପଡ଼ିଛି। ହେଲେ ମୁରାରୀ କିଛି କହୁନଥିବାରୁ ଅପହରଣର କାରଣ ଜଣାପଡ଼ିନାହିଁ।

LEAVE A REPLY

Please enter your comment!
Please enter your name here