ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବା ଆଶଙ୍କା କରାଯାଉଛି। କାରଣ କଂଗ୍ରେସର ୨୨ ଜଣ ବିଧାୟକ ନିଜର ପଦରୁ ଇସ୍ତଫା ଦେବା ପରେ କମଳନାଥଙ୍କ ସରକାର ନିଜର ସଂଖ୍ୟାଗରିଷ୍ଠତା ହରାଇ ବସିଛି। ଏପରି ପରିସ୍ଥିତିରେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ସୋମବାର ବିଧାନସଭାରେ ଫ୍ଲୋର୍ ଟେଷ୍ଟରେ ପାସ୍ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଏହି ବିଧାନସଭାର ଏହି ଫ୍ଲୋର୍ ଟେଷ୍ଟ କ’ଣ? ଏହା କିଭଳି ହୋଇଥାଏ? ଜାଣନ୍ତୁ…

ଫ୍ଲୋର୍ ଟେଷ୍ଟ ପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ଦିନରେ ବିଧାନସଭାର ସମସ୍ତ ସଭ୍ୟଙ୍କୁ ଗୃହରେ ଉପସ୍ଥିତ ରହିବାକୁ କୁହାଯାଇଥାଏ। ସେହିଦିନ ପ୍ରତ୍ୟେକ ବିଧାୟକ ତାଙ୍କ ମନପସନ୍ଦ ଅନୁସାରେ ସରକାରୀ ଦଳ ସପକ୍ଷରେ କିମ୍ବା ବିପକ୍ଷରେ ନିଜର ଭୋଟ୍ ଦେଇଥାନ୍ତି। ଯଦି ଅଧାରୁ ଅଧିକ ଭୋଟ୍ ସରକାରୀ ଦଳ ବିପକ୍ଷରେ ଯାଏ ତେବେ ମୁଖ୍ୟମନ୍ତ୍ରୀ ତାଙ୍କର ଇସ୍ତଫା ଦେଇଥାନ୍ତି।

ସେହିପରି ଯଦି ଫ୍ଲୋର୍ ଟେଷ୍ଟରେ ସରକାରର ବିପକ୍ଷରେ ଓ ସପକ୍ଷରେ ସମାନ ସଂଖ୍ୟକ ଭୋଟ୍ ଆସେ, ତେବେ ରାଜ୍ୟପାଳ ତାଙ୍କ ନିର୍ଣ୍ଣାୟକ ଭୋଟ୍ ଦେଇଥାନ୍ତି। ଯାହା ସରକାର ଗଠନରେ ସହାୟକ ହୋଇଥାଏ।

ଫ୍ଲୋର ଟେଷ୍ଟରେ ପାସ୍ ହେବା ଗୋଟିଏ ଶାସକ ଦଳ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ନଚେତ୍ ଦଳକୁ ଶାସନଗାଦିରୁ ହଟିବାକୁ ପଡ଼ିଥାଏ।

LEAVE A REPLY

Please enter your comment!
Please enter your name here