ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରବିବାର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ୪ ଜଣ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି।ଏହି ଚାରିଜଣିଆ ଟିମରେ ବରିଷ୍ଠ ଆଇଏଏସ୍ ଅଫିସର ସୋମେଶ କୁମାର ଉପାଧ୍ୟାୟ, ଅନ୍ୱେଷ ରେଡ୍ଡୀ, ପାଟିଲ୍ ଆଶିଷ ଇଶ୍ୱର ଓ ଦିବାକର ଟି ଏସ୍ ସାମିଲ ଅଛନ୍ତି। ଏହି ଅଫିସରମାନେ ଜୁନ୍ ମାସ ୩୦ ତାରିଖ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବିଭାଗ ଅଧିନରେ ଏହି ଦାୟିତ୍ୱରେ ରହିବେ।

ନିଜର ବିଭାଗୀୟ ଦାୟିତ୍ୱ ସହିତ ଏହି ଅଧିକାରୀମାନେ କରୋନା ପାଇଁ ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here