ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସାରା ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିଚାଲିଛି। ସରକାର ଏଥିପାଇଁ ଲୋକମାନଙ୍କୁ ସଚେତନ କରାଇବାରେ ଲାଗିଛନ୍ତି। ବର୍ତ୍ତମାନ ଏହି ଜନସଚେତନତାରେ ସାମିଲ ହୋଇଛନ୍ତି କ୍ରିକେଟର ରୋହିତ ଶର୍ମା। ସେ ତାଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେଆର କରି ଲୋକମାନଙ୍କୁ ସଚେତନ କରାଇଛନ୍ତି।ସେ କହିଛନ୍ତି, “ସାରା ବିଶ୍ୱ ଏବେ କରୋନା ଭାଇରସକୁ ନେଇ ଚିନ୍ତାରେ ରହିଛି। ଏହି ସମୟକୁ ଅତିକ୍ରମ କରିବା ଆମ ସମସ୍ତଙ୍କ ପାଇଁ କଷ୍ଟ ହେବ। ଏହି ପରିସ୍ଥିତିରୁ ମୁକୁଳିବାକୁ ହେଲେ ଆମେ ସମସ୍ତେ ସଚେତନ ହେବା ନିହାତି ଦରକାର।”

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କୌଣସି ଲୋକପାଖରେ କରୋନାର କିଛି ବି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ସେ ଡାକ୍ତରଙ୍କ ସହ ସାକ୍ଷାତ କରନ୍ତୁ। ଆମେ ସମସ୍ତଙ୍କର ପିଲାମାନେ ପୂର୍ବଭଳି ସ୍କୁଲକୁ ଯାଆନ୍ତୁ ବୋଲି ଆମେ ଚାହୁଁଛୁ। ଏଥିସହିତ ଆମେମାନେ ପୁଣି ମଲ୍ ଓ ସିନେମା ଦେଖିବାକୁ ଯିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି। ତେଣୁ ସମସ୍ତେ ସତର୍କ ରହିବା ସହ କରୋନାକୁ ମୁକାବିଲା କରିବାକୁ ରୋହିତ ତାଙ୍କର ଭିଡିଓରେ କହିଛନ୍ତି।ଶେଷରେ ସେ ବିଶ୍ୱର ସମସ୍ତ ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କୁ ତାଙ୍କର ସେବା ପାଇଁ ଧନ୍ୟବାଦ ଜଣାଇବା ସହିତ କରୋନା କାରଣରୁ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପାଇଁ ଦୁଃଖ ଅନୁଭବ କରିଥିଲେ।

LEAVE A REPLY

Please enter your comment!
Please enter your name here