ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଏକ ପ୍ରୋଜେକ୍ଟ ଅଧୀନରେ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ବାୟୋସାଇନ୍ସ ଆଣ୍ଡ୍ ବାୟୋଇନ୍ଫର୍ମେଟିକ୍ସ ବିଭାଗରେ ଦିଆଯିବ। ଏନେଇ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୨୭ ଯାଏଁ ଚାଲୁ ରହିବ।
ଯୋଗ୍ୟତା– ବାୟୋ ସାଇନ୍ସ କିମ୍ବା ପ୍ରାସଙ୍ଗିକ ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ। ଏହି ନିଯୁକ୍ତି ଏକ ବର୍ଷ ପାଇଁ ଚୁକ୍ତିଭିତ୍ତକ।
ଦରମା– ୨୦,୦୦୦ ଟଙ୍କା
ଆବେଦନ ପ୍ରକ୍ରିୟା:
ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା, ଶିକ୍ଷାଗତ କାଗଜପତ୍ର, ଦରକାରୀ ପ୍ରମାଣପତ୍ର ଆଦିକୁ skpathak.ku@gmail.com କୁ ପଠାଇପାରିବେ। ଏଥିରୁ ଚୟନ କରାଯାଇଥିବା ପ୍ରାର୍ଥୀମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ।
ଠିକଣା– ଦି ପ୍ରିନ୍ସିପାଲ୍ ଇନ୍ଭେଷ୍ଟିଗେଟର୍, ଡିବିଟି ପ୍ରୋଜେକ୍ଟ, ବାୟୋସାଇନ୍ସ ଆଣ୍ଡ୍ ବାୟୋଇନ୍ଫର୍ମେଟିକ୍ସ ବିଭାଗ, ଖଲ୍ଲିକୋଟ ୟୁନିଭର୍ସିଟି, ଡି ମ୍ୟାକ୍ସ ବିଲ୍ଡିଂ, କୋଣିସି, ବ୍ରହ୍ମପୁର-୭୬୧୦୦୮, ଓଡ଼ିଶା
Source: https://www.chakiri.plus/












