ଓଡ଼ିଶାଲାଇଭ୍ ବ୍ୟୁରୋ

 

ସେଣ୍ଟ ଜାଭିୟରସ୍‌ ଗ୍ରୁପ୍‌ ଅଫ୍‌ ସ୍କୁଲ୍‌ସ୍‌ରେ ନିଯୁକ୍ତି ସୁଯୋଗ। ହେଡ୍‌ ମାଷ୍ଟର/ଭାଇସ୍‌ ପ୍ରିନ୍ସିପାଲ୍‌, ପିଜିଟି, ଟିଜିଟି, ଗ୍ରାଫିକ୍‌ ଡିଜାଇନର୍‌ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପାଇଁ ଆସନ୍ତା ମାର୍ଚ୍ଚ ୨୧ ଏବଂ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ। ଇଚ୍ଛୁକ ପ୍ରାର୍ଥୀମାନେ ନିଜର ସମସ୍ତ ଶିକ୍ଷାଗତ ପ୍ରମାଣ ପତ୍ରନେଇ ନିମ୍ନ ଲିଖିତ ଠିକଣାକୁ ଯାଇପାରିବେ।

ପଦବୀ ଓ ଯୋଗ୍ୟତା:

  • ହେଡ୍‌ ମାଷ୍ଟର/ଭାଇସ୍‌ ପ୍ରିନ୍ସିପାଲ୍‌- ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଅତିକମ୍‌ରେ ୧୦ ବର୍ଷ ପଢ଼ାଇବାର ଅଭିଜ୍ଞତା ଥିବା ଆବଶ୍ୟକ।
  • ପିଜିଟି (ସାଇନ୍ସ, କମର୍ସ) – ସ୍ନାତକୋତ୍ତର କିମ୍ବା ସ୍ନାତକ ସହ ବି.ଏଡ୍‌ କରିଥିବେ ଏବଂ ସିବିଏସ୍‌ଇ ସ୍କୁଲ୍‌ରେ ଅତିକମ୍‌ରେ ୩ ବର୍ଷ ପଢ଼ାଇବାର ଅଭିଜ୍ଞତା ଥବା ଆବଶ୍ୟକ।
  • ସେଣ୍ଟର ହେଡ୍‌- କନ୍‌ଭେଣ୍ଟ୍‌ ସ୍କୁଲ୍‌ରେ ମଣ୍ଟେସୋରୀ ଶିକ୍ଷକ ଭାବରେ ଅତିକମ୍‌ରେ ୫ ବର୍ଷର ଅଭିଜ୍ଞତା ଥବା ଆବଶ୍ୟକ । ଆଡ୍‌ମିନିଷ୍ଟ୍ରେଟିଭ୍‌ ଓ୍ଵାର୍କରେ ଅତିକମ୍‌ରେ ୨ ବର୍ଷର ଅଭିଜ୍ଞତା ଥିବ।
  • ଟିଜିଟି/ପିଆର୍‌ଟି- ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀ ସହ ୬୦% ସହ ବି.ଏଡ୍‌ କରିଥିବେ।
  • ମଣ୍ଟେସୋରୀ ଏଜୁକେଟର୍‌ସ୍‌- ମଣ୍ଟେସୋରୀ/ଏନ୍‌ଟିଟି ଶିକ୍ଷା ପ୍ରାପ୍ତ କରିଥିବେ।
  • ଆର୍ଟ ଆଣ୍ଡ୍‌ କ୍ରାଫ୍ଟ, ଯୋଗ, ଡ୍ୟାନ୍ସ, ମ୍ୟୁଜିକ୍‌, ପିଇଟି ଇନ୍‌ଷ୍ଟ୍ରକ୍ଟର- ସଂପୃକ୍ତ ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ।
  • ଡିଟିପି ଅପରେଟର୍‌/ଗ୍ରାଫିକ୍‌ ଡିଜାଇନର୍‌- ଫଟୋସପ୍‌, ଇଲୁଷ୍ଟ୍ରେଟର୍‌, କୋରାଲ୍‌ ଡ୍ର, ଏମ୍ଏସ୍‌ ଅଫିସ୍‌ ଆଦିରେ ଅଭିଜ୍ଞତା ଥିବ। ଏହାସହ ଇଂଲିସ୍‌, ହିନ୍ଦୀ, ଓଡ଼ିଆ ଟାଇପ୍‌ କରିପାରୁଥିବା ଆବଶ୍ୟକ।

ଇଣ୍ଟରଭ୍ୟୁ ସ୍ଥାନ– ସେଣ୍ଟ ଜାଭିୟର ହାଇ ସ୍କୁଲ୍‌, ସିନିୟର ସେକେଣ୍ଡାରୀ ବାରବାଟୀ ଷ୍ଟାଡିୟମ୍‌ କ୍ୟାମ୍ପସ୍‌, କଟକ-୭୫୩୦୦୧

ଇଣ୍ଟରଭ୍ୟୁ ସମୟ– ମାର୍ଚ୍ଚ ୨୧ ଏବଂ ୨୨ ସକାଳ ୮ (ରିପୋର୍ଟିଂ ଟାଇମ୍‌), ସକାଳ ୯ରୁ ୧୧ (ଲିଖିତ ପରୀକ୍ଷା), ଇଣ୍ଟରଭ୍ୟୁ (୧୧ଟା)

  • ଇ ମେଲ୍‌info@stxavierschools.org (ପ୍ରାର୍ଥୀମାନେ ନିଜର ବାୟୋଡାଟା ପଠାଇପାରିବେ।)
  • ଠିକଣା– ବାରବାଟୀ ଷ୍ଟାଡିୟମ୍‌ କ୍ୟାମ୍ପସ୍‌, କଟକ, ଓଡ଼ିଶା
  • ଫୋନ୍‌ ନମ୍ବର– 0671-2302215, 6370416150
  • ଓ୍ଵେବ୍‌ସାଇଟ୍‌www.stxaviershighschool.org, www.stxavierschools.org

 source: www.chakiri.plus

Comment