ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ୍‌। ଭୁବନେଶ୍ୱର ଆର୍‌ଏମ୍‌ଆର୍‌ଏସିରେ ଆଜି ୧୪ଟି ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ଗୋଟିଏ ପଜିଟିଭ୍‌ ବାହାରିଥିବା ବେଳେ ୧୩ଟି ନେଗେଟିଭ୍‌ ରିପୋର୍ଟ ବାହାରିଛି।

ସଂକ୍ରମିତ ବ୍ୟକ୍ତି ଜଣକ ବିଦେଶରୁ ଆସିଥିବା ଜଣାପଡ଼ିଛି। ସେ କାହା ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଠାବ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଥମ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରୁଥିବା ରାଜ୍ୟ ସରକାର ସୂଚନା ଦେଇଥିଲେ। ସେ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଅଛନ୍ତି।

ଗତ ରବିବାର ଦିନ ପ୍ରଥମ କରୋନା ପଜିଟିଭ୍‌ ଓଡ଼ିଶାରେ ଚିହ୍ନଟ ହୋଇଥିଲେ।

Comment