ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ ଭୟାନକ ରୂପ ନେଉଛି କରୋନା। ଦେଶରୁ ଦେଶକୁ କରୋନା ଭୂତାଣୁ ବ୍ୟାପୁଥିବା ବେଳେ ଓଡ଼ିଶାରେ ମଧ୍ୟ ସ୍ଥିତି ଜଟିଳ ହେଉଛି। ସାମାଜିକ ଦୂରତା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୬୬ ଜଣଙ୍କ ନମୁନା ପରୀକ୍ଷା ହୋଇଥିଲା। ସେଥିରୁ ୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ୪ ଜଣଙ୍କ ରିପୋର୍ଟ ଆସି ନଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚି ସୂଚନା ଦେଇଛନ୍ତି।
ଓଡ଼ିଶାରେ ଚିହ୍ନଟ ହୋଇଥିବା ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି। ତାଙ୍କ ବୟସ ୧୯ ବର୍ଷ। ଗତ ୧୮ ତାରିଖରେ ସେ ବ୍ରିଟେନରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ୧୯ ତାରିଖରୁ ସେ ଆଇସୋଲେସନ ୱାର୍ଡରେ ଅଛନ୍ତି।
ସଂପୃକ୍ତ ଯୁବକ ଜଣକ ୪୬ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ବର୍ତ୍ତମାନ ସୁଦ୍ଧା ୪୩ ଜଣଙ୍କ ସହ ଯୋଗାଯୋଗ କରାଯାଇଛି। ୧୪ ଦିନ ହୋମ୍ କ୍ୱାରେଣ୍ଟାଇମ୍ରେ ରହିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ହୋଇପାରି ନଥିବା ଶ୍ରୀ ବାଗ୍ଚି ସୂଚନା ଦେଇଥିଲେ।
ପ୍ରଥମ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରୁଛି।