ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କାର୍ଯ୍ୟାଳୟରେ ରେଜିଷ୍ଟ୍ରାର୍, ପ୍ରାଇଭେଟ୍ ସେକ୍ରେଟାରୀ, ଲିଗାଲ କନସଲଟାଣ୍ଟ ଏବଂ କାଉନସେଲରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଏପ୍ରିଲ ୧୫ ତାରିଖ ସୁଦ୍ଧା ଆବେଦନ କରିପାରିବେ।

ରେଜିଷ୍ଟ୍ରର୍ଗୋଟିଏ ପଦବୀ:

  • ଯୋଗ୍ୟତା- ଅବସରପ୍ରାପ୍ତ ଜୁଡିସିଆଲ୍ ଅଫିସରମାନେ ଆବେଦନ କରିପାରିବେ।
  • ବୟସ- ୬୫ ବର୍ଷରୁ କମ୍ ବୟସ୍କ ବ୍ୟକ୍ତି ଆବେଦନ କରିପାରିବେ।

ପ୍ରାଇଭେଟ୍ ସେକ୍ରେଟାରୀଗୋଟିଏ ପଦବୀ:

  • ଯୋଗ୍ୟତା- ସଂପୃକ୍ତ ପଦବୀରୁ ଅବସର ନେଇଥିବା କର୍ମଚାରୀମାନେ ଆବେଦନ କରିପାରିବେ।
  • ବୟସ- ୬୫ ବର୍ଷରୁ କମ୍ ବୟସ୍କ ବ୍ୟକ୍ତି ଆବେଦନ କରିପାରିବେ।

ଲିଗାଲ କନସଲଟାଣ୍ଟଗୋଟିଏ ପଦବୀ:

  • ଯୋଗ୍ୟତା- ଆଇନରେ ସ୍ନାତକ କରିବା ସହ ଶିଶୁ ସୁରକ୍ଷା ସହ ସଂପୃକ୍ତ ଆଇନ ବା କେସ୍ (ବାର୍ ଡିଲିଂ) ରେ ଅତିକମରେ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ କିମ୍ବା ଆଇନ ବିଭାଗରୁ ଅବସର ନେବା ସହ କୋର୍ଟ କେସ କାରବାରରେ ଅତିକମରେ ୧୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ବୟସ- ୪୦ରୁ ୬୫ ବର୍ଷ ବୟସ ହୋଇଥିବା ଆବଶ୍ୟକ।

କାଉନସେଲରଗୋଟିଏ ପଦବୀ:

  • ଯୋଗ୍ୟତା- ସୋସିଆଲ ଓ୍ୱାର୍କ ବା ଶିଶୁ ମନୋବିଜ୍ଞାନ (ଚାଇଲ୍ଡ ସାଇକୋଲୋଜୀ ) ବା ସାମାଜିକ ବିଜ୍ଞାନରେ ସ୍ନାତକୋତ୍ତର କରିଥିବ ଏବଂ କମ୍ପ୍ୟୁଟରରେ ଜ୍ଞାନ ଥିବା ଆବଶ୍ୟକ।
  • ବୟସ- ୨୧ରୁ ୪୫ ବର୍ଷ ବୟସ ହୋଇଥିବା ଆବଶ୍ୟକ।

ଆବେଦନ ପ୍ରକିୟା– ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଏପ୍ରିଲ ୧୫ ପୂର୍ବରୁ ଡାକ ମାଧ୍ୟମରେ ନିମ୍ନଲିଖିତ ଠିକଣାରେ ପଠାଇବାକୁ ମାର୍ଚ୍ଚ ୧୯ରେ ପ୍ରକାଶିତ ଏହି ବିଜ୍ଞାପନରେ କୁହାଯାଇଛି।

ଠିକଣା– ଅଫିସ ଅଫ୍ ଓଡ଼ିଶା ଷ୍ଟେଟ୍ କମିସନ ଫର୍ ପ୍ରୋଟେକ୍ସନ ଅଫ୍ ଚାଇଲ୍ଡ ରାଇଟ୍ସ୍, କ୍ୟୁଆରଏସ ନଂ ୧, .ୟୁନିଟ୍ ୫, ଭୁବନେଶ୍ୱର- ୭୫୧୦୦୧

ଓ୍ୱେବସାଇଟ୍- oscpcr.od@nic.in

source: www.chakiri.plus

Comment