ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ସମଗ୍ର ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ଜନତା କର୍ଫ୍ୟୁ ଲାଗୁ ହୋଇଛି। ଏହାକୁ ସାଧାରଣ ଜନତାଙ୍କ ବିପୁଳ ସମର୍ଥନ ମିଳିଛି। ଏହା ପ୍ରଭାବରେ ଗଞ୍ଜାମରେ ଟ୍ରେନ, ବସ୍‌ ଓ ଅନ୍ୟାନ୍ୟ ଗାଡି ଚଳାଚଳ ବନ୍ଦ ରହିବା ସହ ସମସ୍ତ ଧାର୍ମିକ ଅନୁଷ୍ଠାନ, ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।

ଅନ୍ୟପକ୍ଷରେ ଏହାକୁ ପାଳିବାକୁ ପ୍ରତି ଛକରେ ପୋଲିସ ରହି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛି। କେବଳ କେବଳ ଜରୁରୀ ସେବା ପାଇଁ ଲୋକମାନେ ବାହାରକୁ ଯିବା ଆସିବା କରୁଛନ୍ତି। ଏହାସହ ରାସ୍ତାଘାଟ ପୂରା ଖାଁ ଖାଁ ରହିଛି।

ସେହିପରି ପୋଲିସ ପକ୍ଷରୁ ବ୍ରହ୍ମପୁର ବସ ଷ୍ଟାଣ୍ଡରେଠାରେ ଫସି ଯାଇଥିବା କିଛି ଯାତ୍ରୀଙ୍କ ପାଇଁ ବିସ୍କୁଟ, ପଇଡ ଓ ସ୍ୱତନ୍ତ୍ର ବସ୍‌ ବ୍ୟବସ୍ଥା କରାଯାଇଥିଲା। କରୋନା ଭାଇରସ୍‌କୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀହ୍କ ଆହ୍ଵାନକୁ ସଫଳ ଭାବେ ପାଳନ କରିଛନ୍ତି ଗଞ୍ଜାମବାସୀ।

LEAVE A REPLY

Please enter your comment!
Please enter your name here