ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ସାରା ଦେଶରେ ଆଜି ପାଳନ ହେଉଛି ‘ଜନତା କର୍ଫ୍ୟୁ’। ଏହାକୁ ସାଧାରଣ ଲୋକ ସମର୍ଥନ କରୁଛନ୍ତି। ସବୁଠି ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ତେବେ ଜରୁରିକାଳୀନ କାମରେ ଯାଉଥିବା ଲୋକଙ୍କ ପାଇଁ କମିସନରେଟ୍ ପୋଲିସ ନୂଆ ବ୍ୟବସ୍ଥା ଗ୍ରହଣ କରିଛି।
ଯେଉଁମାନେ ଜରୁରୀ କାମରେ ବାହାରକୁ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ କମିସନରେଟ୍ ପୋଲିସ ସ୍ୱତନ୍ତ୍ର ପାସ୍ ଯୋଗାଇ ଦେଉଛି। ଏହାସହ ଯେଉଁମାନେ ହସ୍ପିଟାଲ କିମ୍ବା ଏୟାରପୋର୍ଟ ଯାଉଛନ୍ତି ସେମାନଙ୍କ ପାଇଁ ପାସ୍ ବ୍ୟବସ୍ଥା କରାଯାଇଛି।
ହେଲ୍ପ ଲାଇନ୍ ନମ୍ବର ୧୦୦କୁ ଫୋନ୍ କରି ସାଧାରଣ ଲୋକେ ପାସ୍ ପାଇ ପାରିବେ। ନଚେତ୍ ରାସ୍ତାରେ ଯିବା ବେଳେ ମୁତୟନ ଥିବା ଏସିପି କିମ୍ବା ଇନ୍ସିପେକ୍ଟରଙ୍କଠାରୁ ପାସ୍ ନେଇପାରିବେ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।
ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ‘’୨୯ ତାରିଖ ଯାଏଁ ଲକ୍ଡାଉନ୍ ରହିବ। ଏଥିରେ ଜନସାଧାରଣ ସହଯୋଗ କରିବାକୁ ଅନୁରୋଧ। ସଚେତନ ରହିଲେ ହିଁ କରୋନା ଦୂରେଇ ପାରିବ। ସାଧାରଣ ଲୋକଙ୍କ ସୁବିଧା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏଥିରେ ସମସ୍ତେ ସହଯୋଗ କରନ୍ତୁ। ସହଯୋଗ ନକଲେ ପୋଲିସ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।’’


















