ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟର ସମସ୍ତ ଆହାରକେନ୍ଦ୍ର ଉପରେ ଲାଗିଲା କଟକଣା। କରୋନା ପାଇଁ ସବୁ ଆହାରକେନ୍ଦ୍ର ବନ୍ଦ ରଖିବାକୁ ଅତିରିକ୍ତ ସଚିବ ସଂଗ୍ରାମଜିତ ନାୟକ ସବୁ ଜିଲ୍ଲାପାଳ ଏବଂ ପୌର ପରିଷଦ କମିସନରମାନଙ୍କୁ ଚିଠି ଲେଖିଛନ୍ତି। କେବଳ ଡାକ୍ତରଖାନା ପରିସର ଏବଂ ନିକଟରେ ଥିବା ଆହାରକେନ୍ଦ୍ର ଖୋଲା ରହିବ ବୋଲି ରାଜ୍ୟ ସରକାର ଚିଠିରେ ଜଣାଇଛନ୍ତି।

ଏହି କଟକଣା ମାର୍ଚ୍ଚ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାସହ ୩୦ଟି ଜିଲ୍ଲାରେ ଥିବା ପାର୍କଗୁଡ଼ିକୁ ବନ୍ଦ ରଖିବା ପାଇଁ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ଆହାରକେନ୍ଦ୍ରଗୁଡ଼ିକ ଉପରେ କଟକଣା ଲଗାଇଥିଲେ ରାଜ୍ୟ ସରକାର। ଆହାରକେନ୍ଦ୍ରଗୁଡ଼ିକ ଗୋଟିଏ ସମୟରେ ଖୋଲା ରହୁଥିଲା। କେବଳ ଦିନ ବେଳେ ଏହି କେନ୍ଦ୍ର ଖୋଲା ରହୁଥିଲା ଏବଂ ସନ୍ଧ୍ୟାରେ ବନ୍ଦ ରହୁଥିଲା। ଏବେ ସାରା ରାଜ୍ୟ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାରୁ ଆହାରକେନ୍ଦ୍ର ମାର୍ଚ୍ଚ ୨୯ ଯାଏଁ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Comment