ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭାଇରସ୍‌ ସମ୍ପର୍କରେ ୨୪ ଘଣ୍ଟାର ତାଜା ସୂଚନା ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି।

  • କରୋନା ସମ୍ପର୍କରେ ତାଜା ସୂଚନା ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି।
  • ବିଶ୍ୱ, ଦେଶ ଏବଂ ରାଜ୍ୟ ସମ୍ପର୍କରେ ସୂଚନା ଦେଲେ।
  • ଓଡ଼ିଶାରେ ମଙ୍ଗଳବାର ୧୨ଟା ସୁଦ୍ଧା ୧୧୦ ଜଣଙ୍କ ନମୁନା ରିପୋର୍ଟ ଆସିଛି। ସବୁ ନେଗେଟିଭ୍‌ ଆସିଛି। ଆଗରୁ ଯେଉଁ ୨ ପଜିଟିଭ୍‌ ରହିଥିଲା ଏବେ ବି ସେତିକି ରହିଛି।
  • ଓଡ଼ିଶାର ୨ ପଜିଟିଭ୍‌ ସୁସ୍ଥ ଅଛନ୍ତି। ହସ୍ପିଟାଲରେ ଯେଉଁ ଖାଦ୍ୟ ଦିଆଯାଉଛି ତାକୁ ସେମାନେ ଖାଉଛନ୍ତି।
  • ହେଲ୍ପ ଲାଇନ୍‌ ନମ୍ବର ୧୦୪କୁ ଫୋନ୍‌ କରି ୩୮୬୧ ଲୋକ ପଞ୍ଜୀକରଣ କରିଛନ୍ତି। ସେଥିମଧ୍ୟରୁ ୧୦୦ ଜଣ ଲୋକଙ୍କ ପାଖରେ ଲକ୍ଷଣ ରହିଥିବା ସନ୍ଦେହ କରାଯାଉଛି।
  • ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ‘ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି। ଏହା ୯୦ ପ୍ରତିଶତ ସଫଳ ହୋଇଛି।
  • ‘ଲକ୍‌ଡାଉନ୍‌’ ପିଲାଖେଳ ଭାବ ନାହିଁ। ସମସ୍ତେ ଏହାକୁ ମାନନ୍ତୁ। ଘରେ ରହନ୍ତୁ।
  • ଆମେରିକା, ଇଟାଲି, ଚୀନରେ ଯେମିତି ‘ଲକ୍‌ଡାଉନ୍‌’କୁ ଲୋକମାନେ ମାନୁଛନ୍ତି ସେମିତି ଓଡ଼ିଶାରେ ମଧ୍ୟ ମାନିବା ଉଚିତ।
  • ‘ଲକ୍‌ଡାଉନ୍‌’ ବେଳେ ପୋଲିସ ସହ ଲୁଚକାଳି ଖେଳନ୍ତୁ ନାହିଁ।
  • ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରଖିବା ଉଚିତ।
  • ଅତ୍ୟାବଶ୍ୟକ ସାମଗ୍ରୀ ଘରେ ମହଜୁଦ ରଖନ୍ତୁ ନାହିଁ। ବଜାରରେ ଖାଦ୍ୟାଭାବ ସଙ୍କଟ ସଅଷ୍ଟି କରନ୍ତୁ ନାହିଁ।
  • ସବୁ ଥଣ୍ଡା ଜ୍ୱର କରୋନା ନୁହେଁ। ଅଯଥାରେ ଡାକ୍ତରଖାନାକୁ ଦୌଡ଼ନ୍ତୁ ନାହିଁ।
  • ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଲେ ଏବଂ ଜ୍ୱର ନକମିଲେ ୧୦୪କୁ କଲ୍‌ କରନ୍ତୁ।
  • କରୋନା ସଂକ୍ରମିତଙ୍କୁ ପରିବାର ସଦସ୍ୟ ମେଡିକାଲ ନେଇ ଯାଆନ୍ତୁ ନାହିଁ। ସ୍ୱାସ୍ଥ୍ୟ କର୍ମୀ ଆସିବା ଯାଏଁ  ଅପେକ୍ଷା କରନ୍ତୁ।
  • ବୟସ୍କ ଓ ଦିବ୍ୟାଙ୍ଗମାନଙ୍କ ବିଶେଷ ଯତ୍ନ ନିଅନ୍ତୁ।
  • ବର୍ତ୍ତମାନର ସ୍ଥିତିକୁ ଦେଖି ଆଗକୁ ଆକଳନ କଲେ ସୁବ୍ରତ ବାଗ୍‌ଚି
  • ମେ’ ୩୧ ସୁଦ୍ଧା ଭାରତରେ ଅତିକମ୍‌ରେ ୫୮ ହଜାର ୬୪୩ ଆକ୍ରାନ୍ତ ହୋଇଥିବେ।
  • ଓଡ଼ିଶାରେ ସଂଖ୍ୟା ୩୬ ହଜାର ପହଞ୍ଚିପାରେ।

LEAVE A REPLY

Please enter your comment!
Please enter your name here