ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ଦମ୍‌ ଲଗାଇ ଦେଇଛନ୍ତି। କରୋନା ନିୟନ୍ତ୍ରଣ ପାଇଁ ବ୍ୟାପକ ପଦକ୍ଷେପ ନେଇଥିବା ରାଜ୍ୟ ସରକାରଙ୍କର ୭୮ ହଜାରରୁ ଅଧିକ ଲୋକ ଏବେ ଚିନ୍ତାର କାରଣ ପାଲଟିଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ବର୍ତ୍ତମାନସୁଦ୍ଧା ୭୮ ହଜାର ୨୩୩ ଜଣ ଫେରିଛନ୍ତି। ସେମାନଙ୍କୁ ହୋମ୍‌ କ୍ୱାରେଣ୍ଟାଇମ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

‘‘ରାଜ୍ୟ ବାହାରୁ ଓଡ଼ିଶାକୁ ୭୮ ହଜାର ୨୩୩ ଜଣ ଲୋକ ଫେରିଛନ୍ତି। କେବଳ ୫୦୦ ଲେଖାଏଁ ଲୋକ ତିନି ଜିଲ୍ଲାର ହୋଇଥିବା ବେଳେ ବାକି ହେଉଛନ୍ତି ୨୭ ଜିଲ୍ଲାର। ଏମାନଙ୍କ ଉପରେ ନଜର ରଖିବାକୁ ପଞ୍ଚାୟତ ଓ ଜିଲ୍ଲା ସ୍ତରର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି’’, କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି।

ସବୁଠୁ ବଡ଼ କଥା ହେଉଛି ରାଜ୍ୟ ବାହାରୁ ଆସିଥିବା ଲୋକମାନଙ୍କର ସ୍ୱାସ୍ଥ୍ୟବସ୍ଥା କେମିତି ଅଛି ତାହା କାହାକୁ ଜଣାନାହିଁ। କାରଣ ସେମାନେ ରାଜ୍ୟ ବାହାରୁ ଆସିଥିବାରୁ କାହା କାହା ସହିତ ସଂସ୍ପର୍ଶରେ ଆସିଥିବେ ତାହା ସନ୍ଦେହଘେରରେ ରହିଛି। ଏଣୁ ୭୮ ହଜାର ୨୩୩ ଲୋକ ଏବେ ରାଜ୍ୟ ସରକାରଙ୍କ ସ୍କାନରରେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here