ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନେତା, ଅଫିସରଙ୍କ ଦରମା ବାବଦରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଇଏଏସ୍, ଆଇପିଏସ୍, ଆଇଏଫଏସ୍ ଅଫିସରଙ୍କୁ ଅଧା ଦରମା ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।
ସେହିପରି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ନିଗମ ଅଧ୍ୟକ୍ଷମାନଙ୍କୁ ୩୦ ପ୍ରତିଶତ ଦରମା ମିଳିବ। ବାକି ୭୦ ପ୍ରତିଶତ ପଛରେ ମିଳିବ।
କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍ଡାଉନ୍ରେ ରହିଛି। ସରକାରୀ, ଘରୋଇ ଅଫିସ୍ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। କଳ କାରଖାନା ବି ଠପ୍ ହୋଇଯାଇଛି। ଫଳରେ ଅର୍ଥନୀତି କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।



















Informa, educative &always updated in services.