ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଓଡ଼ିଶାର ପଞ୍ଚମ କରୋନା ଆକ୍ରାନ୍ତ ୨୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି। ସେମାନଙ୍କ ସହ ଯୋଗାଯୋଗ କରାଯାଉଥିବା ସରକାର ସୂଚନା ଦେଇଛନ୍ତି।
ଏପର୍ଯ୍ୟନ୍ତ ଓଡ଼ିଶାରେ ମୋଟ ୯୦୦ ଜଣଙ୍କ ନମୁନା ପରୀକ୍ଷା ହୋଇଛି। ସେଥିମଧ୍ୟରୁ ୫ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଗତକାଲି ରାତିରେ ଓଡ଼ିଶାରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତାଙ୍କ ଘର ଭୁବନେଶ୍ୱରର ସୂର୍ଯ୍ୟନଗରରେ। ତାଙ୍କୁ ୬୦ ବର୍ଷ ବୋଲି ରାଜ୍ୟ ସରକାର ଟୁଇଟ୍ କରି ସୂଚନା ଦେଇଥିଲେ।
ପ୍ରଥମ ଓ ଦ୍ଵିତୀୟ କରୋନା ଆକ୍ରାନ୍ତ ୫୫ ଜଣ, ତୃତୀୟ ଆକ୍ରାନ୍ତ ୧୧୨ ଜଣ, ଚତୁର୍ଥ ଆକ୍ରାନ୍ତ ୩୩ ଏବଂ ପଞ୍ଚମ ଆକ୍ରାନ୍ତ ୨୧ ଜଣଙ୍କ ସଂସ୍ପର୍ଶରେ ଆସିଥିବା ସରକାର କହିଛନ୍ତି।


















