ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସାରା ରାଜ୍ୟରେ ଆଜିଠୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ମାସ୍କ ନପିନ୍ଧିଲେ ଜରିମାନା ଆଦାୟ କରିବାକୁ ରାଜ୍ୟ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି। ପ୍ରଥମ ତିନି ଥର ଆଇନ୍ ଉଲ୍ଲଂଘନ କଲେ ୨୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯିବ। ଯଦି ଏଥିରେ ବ୍ୟକ୍ତି ନସୁଧୁରନ୍ତି ତାହାଲେ ପରେ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।
୯ ତାରିଖ ସକାଳ ୭ଟାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କହିଥିଲେ ରାଜ୍ୟ ସରକାର। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଥିଲା। ମାସ୍କ ନଥିଲେ ରୁମାଲ, ଗାମୁଛା, ଶାଢ଼ି କିମ୍ବା ଓଢ଼ଣୀକୁ ଦୁଇ ପରସ୍ତ କରି ବାନ୍ଧି ପାରିବେ। ବାହାରୁ ଆସିଲେ ଲୁଣ ମିଶା ଗରମ ପାଣିରେ ମାସ୍କ ଭଲଭାବେ ଧୋଇ ଖରାରେ ୫ ଘଣ୍ଟା ଶୁଖାଇବାକୁ ସରକାର ପରାମର୍ଶ ଦେଇଛନ୍ତି।
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏପ୍ରିଲ ୩୦ ଯାଏଁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏଣୁ ଜରୁରୀ କାମରେ ଘରୁ ବାହାରୁଥିବା ଲୋକଙ୍କୁ ମାସ୍କ ବାନ୍ଧିବା ଜରୁରୀ ବୋଲି ସରକାର ନିୟମ କରିଛନ୍ତି।


















