ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ଦିଲ୍ଲୀସ୍ଥିତ ନାସନାଲ ବୁକ୍ ଟ୍ରଷ୍ଟରେ ପି.ଆର ଆସିଷ୍ଟାଣ୍ଟ, କନସଲଟାଣ୍ଟ, ପ୍ରଡକ୍ସନ ଏକ୍ସିକ୍ୟୁଟିଭ୍, ଆଡମିନିଷ୍ଟ୍ରେଟିଭ୍ ଏକ୍ସିକ୍ୟୁଟିଭ୍ ଏବଂ ମାର୍କେଟିଂ ଆସିଷ୍ଟାଣ୍ଟ ପଦବୀରେ ସମୁଦାୟ ୫ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଏପ୍ରିଲ୍ ୧୩ ଯାଏଁ ଆବେଦନ କରିପାରିବେ। ଏହି ନିଯୁକ୍ତି ୬ ମାସ ପାଇଁ ଚୁକ୍ତିଭିତ୍ତକ।
ପି.ଆର ଆସିଷ୍ଟାଣ୍ଟ :
- ଯୋଗ୍ୟତା- ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ ବା ଜର୍ନାଲିଜମ (ସାମ୍ବାଦିକତା)ରେ ଡିଗ୍ରା ହାସଲ କରିଥିବେ।ପବ୍ଲିକ୍ ରିଲେସନ୍, ମିଡିଆ କୋଡିନେସନ୍, ସୋସିଆଲ ମିଡିଆ ସଂପୃକ୍ତ ବିଭାଗରେ ଅତିକମରେ ୨ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
- ବୟସ- ଅତିବେଶୀରେ ୪୫ ବର୍ଷ
- ଦରମା- ୩୦୦୦୦ରୁ ୪୦୦୦୦ ଟଙ୍କା
କଲସଲଟାଣ୍ଟ:
- ଯୋଗ୍ୟତା- କେନ୍ଦ୍ର ସରକାରଙ୍କ ଅଧିନରେ ସେକ୍ସନ ଅଫିସର କିମ୍ବା ତଦୁର୍ଦ୍ଧ ପଦବୀରେ ଅତିକମରେ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
- ବୟସ- ଅତିବେଶୀରେ ୬୫ ବର୍ଷ
- ଦରମା- ୪୫୦୦୦ ଟଙ୍କା

ପ୍ରଡକ୍ସନ ଏକ୍ସିକ୍ୟୁଟିଭ୍:
- ଯୋଗ୍ୟତା- ଦଶମ ପାସ୍ କରିଥିବେ ବା ପ୍ରିଣ୍ଟିଂ ଟେକ୍ନୋଲୋଜୀ ପାଇଁ ୩ ବର୍ଷ ଡିପ୍ଲୋମା କରିଥିବେ, ଏହା ସହ ବୁକ୍ ପବ୍ଲିସିଂରେ ୨ ବର୍ଷ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା କରିଥିବେ। ବୁକ୍ ପ୍ରଡକ୍ସନ ବିଭାଗରେ ୩ବର୍ଷର ଅଭିଜ୍ଞତା ଥିବ।
- ବୟସ- ଅତିବେଶୀରେ ୪୫ ବର୍ଷ
- ଦରମା- ୩୦୦୦୦ରୁ ୪୦୦୦୦ ଟଙ୍କା
ଆଡମିନିଷ୍ଟ୍ରେଟିଭ୍ ଏକ୍ସିକ୍ୟୁଟିଭ୍:
- ଯୋଗ୍ୟତା- ସ୍ନାତକ ଡିଗ୍ରୀ ହାସଲ କରିଥିବେ ଏବଂ ଫାସିଲିଟି ମ୍ୟାନେଜମେଣ୍ଟ, ପ୍ରୋଟୋକଲ, ସୁପରଭିଜନ ଅଫ୍ ସିକ୍ୟୁରିଟି ଆଣ୍ଡ୍ ହାଉସ୍ କିପିଂରେ ଅଭିଜ୍ଞତା ଥିବ।
- ବୟସ- ଅତିବେଶୀରେ ୪୫ ବର୍ଷ
- ଦରମା- ୩୦୦୦୦ରୁ ୪୦୦୦୦ ଟଙ୍କା
ମାର୍କେଟିଂ ଆସିଷ୍ଟାଣ୍ଟ:
- ଯୋଗ୍ୟତା- ସ୍ନାତକ ଡିଗ୍ରୀ ହାସଲ କରିଥିବେ।
- ବୟସ- ଅତିବେଶୀରେ ୪୫ ବର୍ଷ
- ଦରମା- ୩୦୦୦୦ରୁ ୪୦୦୦୦ ଟଙ୍କା
ଆବେଦନ ପ୍ରକ୍ରିୟା:
ପ୍ରାର୍ଥୀମାନେ ଇ ମେଲ୍ ଜରିଆରେ ଆବେଦନ କରିପାରିବେ।
- ଇ ମେଲ୍- nbt@nic.in
- ଫୋନ୍ ନମ୍ବର- 011-26707700
- ଓ୍ୱେବ୍ ସାଇଟ୍- nbtindia.gov.in
ନିଯୁକ୍ତି ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ nbtindia.gov.in ରେ କ୍ଲିକ୍ କରନ୍ତୁ।
source:www.chakiri.plus














