ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ଅଞ୍ଚଳରେ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏଥିସହ ଆସନ୍ତା ୪୮ ଘଣ୍ଟା ପାଇଁ ସେହି ଅଞ୍ଚଳକୁ ସିଲ୍ ମଧ୍ୟ କରିଦିଆଯାଇଛି।

ଶନିବାର ସୁନ୍ଦରଗଡ ଜିଲ୍ଲାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଜିଲ୍ଲାରେ ଯେଭଳି ଏହି ଭାଇରସ୍ ନବ୍ୟାପେ ସେଥିପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲ୍ଲାପାଳ ନିଜେ ଜିଲ୍ଲାବାସୀଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି।

ଅନ୍ୟପଟେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେବା ପରେ ଏବେ ବିଶ୍ରାର ପ୍ରତିଟି ଅଞ୍ଚଳକୁ ବର୍ତ୍ତମାନ ସାନିଟାଇଜ୍ କରାଯାଉଛି। ସେହି ଅଞ୍ଚଳରେ ଥିବା ପାଖପାଖି ୧୫୦୦ ଘରର ସ୍ୱାସ୍ଥ୍ୟ ରିପୋର୍ଟ ମଧ୍ୟ ସଂଗ୍ରହ କରାଯିବ ବୋଲି କୁହାଯାଇଛି। ଆଗାମୀ ଦୁଇ ଦିନ ପାଇଁ ବିଶ୍ରା ଅଞ୍ଚଳକୁ ପୂରାପୂରି ସିଲ୍ କରିଦିଆଯାଇଛି। କଣ୍ଟେନମେଣ୍ଟ୍ ଜୋନ୍ ମଧ୍ୟକୁ ଯେଭଳି କୌଣସି ଲୋକ ଯାଇପାରିବେନି କି ଆସିପାରିବେନି ସେନେଇ ପୋଲିସ ପ୍ରଶାସନ ଧ୍ୟାନ ରଖିଛନ୍ତି।

corona

ଶନିବାର ରାଜ୍ୟରେ ଆଉ ଚାରିଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ଦୁଇ ଜଣ ଆକ୍ରାନ୍ତ ରହିଥିବା ନେଇ ସୂଚନା ମିଳିଥିଲା। ଏହାପରେ ଜିଲ୍ଲା ପ୍ରଶାସନ କରୋନା ମୁକାବିଲା ପାଇଁ ଜିଲ୍ଲାରେ ବ୍ୟାପକ ବ୍ୟବସ୍ଥା ହାତକୁ ନେଇଛି।

LEAVE A REPLY

Please enter your comment!
Please enter your name here