ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ଖିଲାଡି କୁମାର ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖାନାଙ୍କ ବିବାହକୁ ୧୯ ବର୍ଷ ପୂରା ହେଲାଣି।ଅକ୍ଷୟ ଓ ଟ୍ୱିଙ୍କଲ ୨୦୦୧, ଜାନୁଆରି ୧୭ରେ ବିବାହ କରିଥିଲେ। ହେଲେ ଉଭୟଙ୍କ ଲଭଷ୍ଟୋରି ଥିଲା ପୂରା ଫିଲ୍ମି।
ଅକ୍ଷୟ, ଟ୍ୱିଙ୍କଲ କିଛିଟା ଫିଲ୍ମରେ ସାଙ୍ଗରେ କାମ କରିଥିଲେ। ଫିଲ୍ମ ‘ଇଣ୍ଟରନାସନାଲ ଖିଲାଡି’ର ସୁଟିଂ ସମୟରେ ଉଭୟଙ୍କୁ ପ୍ରେମ ହୋଇଥିଲା। ଏକ ସାକ୍ଷାତକାରରେ ଟ୍ୱିଙ୍କଲ ଖାନା କହିଥିଲେ ଯେ, ସେ ଅକ୍ଷୟଙ୍କୁ ମାତ୍ର ୧୫ ଦିନ ପାଇଁ ବୟଫ୍ରେଣ୍ଡ କରିଥିଲେ। ସେହି ୧୫ ଦିନରେ ପରସ୍ପର ସହ ସମୟ ବିତାଇଥିଲେ। ତା’ ପରେ ସେ ଅକ୍ଷୟଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଟ୍ୱିଙ୍କଲ।
ଏହାପରେ ଅକ୍ଷୟ ଟ୍ୱିଙ୍କଲଙ୍କ ହାତ ମାଗିବାକୁ ଟ୍ୱିଙ୍କଲଙ୍କ ମା’ ଡିମ୍ପଲ କାପାଡିଆଙ୍କ ପାଖରେ ପହଞ୍ଚିଥିଲେ। ଗୋଟିଏ ବର୍ଷ ଟ୍ୱିଙ୍କଲଙ୍କ ସହ ସଂପର୍କରେ ରହିବା ପରେ ତା’ ପରେ ଯାଇ ବିବାହ ହେବ ବୋଲି ଅକ୍ଷୟଙ୍କୁ ଟ୍ୱିଙ୍କଲ ମା’ କହିଥିଲେ। ଗୋଟିଏ ବର୍ଷ ପରେ ଅକ୍ଷୟ ଓ ଟ୍ୱିଙ୍କଲଙ୍କ ବିବାହ ହୋଇଥିଲା। ବିବାହ ପରେ ଟ୍ୱିଙ୍କଲ ଫିଲ୍ମ କ୍ୟାରିୟରକୁ ବାଏ ବାଏ କରିଥିଲେ। ଟ୍ୱିଙ୍କଲଙ୍କ ପୂର୍ବରୁ ଅକ୍ଷୟଙ୍କ ନାଁ ବଲିଉଡର ଅଭିନେତ୍ରୀ ରବିନା ଟଣ୍ଡନଙ୍କ ସହ ଯୋଡ଼ି ହୋଇଥିଲା।


















