ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଓଡ଼ିଶାରେ ୬୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଭୁବନେଶ୍ୱରରେ ୪୬।

ଭୁବନେଶ୍ୱରରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ଝାରପଡ଼ା ଅଞ୍ଚଳର ହୋଇଥିବା ବେଳେ ଆଉ ୩ ଜଣ ବମିଖାଲ ଅଞ୍ଚଳର। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗତକାଲି ଓଡ଼ିଶାରେ ୫୪୬ ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ୫ଟି ରିପୋର୍ଟ ପଜିଟିଭ୍‌ ଆସିଥିଲା। ଗୋଟିଏ ରିପୋର୍ଟ ଯାଜପୁରର ହୋଇଥିବା ବେଳେ ଅନ୍ୟ ୪ଟି ଭୁବନେଶ୍ୱରରୁ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଯାଜପୁରର ସଂପୃକ୍ତ ଆକ୍ରାନ୍ତ କୋଲକାତାରୁ ଆସିଥିଲେ। ସେ ପାଣିକୋଇଲିରୁ ଏକ ମାଛ ଗାଡ଼ିରେ ନିଜ ଘରକୁ ଆସିଥିଲେ।

ସେହିପରି ଝାରପଡ଼ା ଅଞ୍ଚଳର ଆକ୍ରାନ୍ତଙ୍କ ବୟସ ୫୦ ବର୍ଷ। ସେ ୪୨ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି।

coronaବମିଖାଲ ଅଞ୍ଚଳର ୩ ଜଣଙ୍କ ଭିତରୁ ଦୁଇ ଜଣ ପୁରୁଷ ହୋଇଥିବା ବେଳେ ଜଣେ ମହିଳା ଅଛନ୍ତି। ବର୍ତ୍ତମାନ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬ରେ ପହଞ୍ଚିଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ସେଥିମଧ୍ୟରୁ ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comment