ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍କୁଲ୍ ଛୁଟି ବେଳେ ପିଲା ଘରେ ବସି ପାଠ ପଢ଼ିବେ। ଏନେଇ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ପିଲାଙ୍କ ଘରେ ବହି ପହଞ୍ଚାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୫ ତାରିଖ ସୁଦ୍ଧା ପିଲାଙ୍କ ଘରେ ବହି ପହଞ୍ଚାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ପିଲାମାନେ ବହି ନେବାକୁ ସ୍କୁଲକୁ ଆସିବେ ନାହିଁ। ଶିକ୍ଷକମାନେ ପିଲାଙ୍କ ଘରେ ବହି ପହଞ୍ଚାଇବାର ଦାୟିତ୍ୱ ନେବେ ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ବହି ବ୍ଲକ ଏବଂ ସ୍କୁଲରେ ପହଞ୍ଚି ସାରିଛି। ଏହି ବହି ସେମାନଙ୍କୁ ବଣ୍ଟନ କରାଯିବ।
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏପ୍ରିଲ ୩୦ ଯାଏଁ ଲକ୍ଡାଉନ୍ ଘୋଷଣା କରିଥିଲେ। ଏହାସହ ଜୁନ୍ ୧୭ ଯାଏଁ ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରିଥିଲେ।


















