ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ସୁସ୍ଥ ହେଲେ ଆଉ ୨ କେରାନା ଆକ୍ରାନ୍ତ। ଏହି ୨ ଆକ୍ରାନ୍ତ ଭୁବନେଶ୍ୱରର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି। ବର୍ତ୍ତମାନ ଓଡ଼ିଶାରେ ୨୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଭୁବନେଶ୍ୱରରେ ମୋଟ ୧୪ ଜଣ ସୁସ୍ଥ ହୋଇଛନ୍ତି।
As Odisha continues to contain Covid , another two patients, both belonging to Bhubaneswar, have recovered and tested negative for COVID-19. They are being discharged from the hospital.
With these two cases, the total recoveries is 21.
— H & FW Dept Odisha (@HFWOdisha) April 17, 2020
ଭୁବନେଶ୍ୱରରେ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ଭୁବନେଶ୍ୱର ହଟ୍ସ୍ପଟ୍ ଜୋନ୍ ଭିତରେ ରହିଛି। ଏହି ହଟ୍ସ୍ପଟ୍ ଜୋନ୍ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଷ୍ଟାଟେଜି ତିଆରି କରିଛନ୍ତି। ଆସନ୍ତା ୭ ଦିନ ଭିତରେ ୫ ହଜାର ରାପିଡ୍ ଟେଷ୍ଟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଭୁବନେଶ୍ୱରରୁ ୪୬, ପୁରୀ, କଟକ, ଢେଙ୍କାନାଳରୁ ଜଣେ ଲେଖାଏଁ, ଭଦ୍ରକରୁ ୩ ଜଣ, କଳାହାଣ୍ଡିରୁ ୨, ସୁନ୍ଦରଗଡ଼ରୁ ୨, କେନ୍ଦ୍ରାପଡ଼ାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।


















