ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ମହାମାରୀ କରୋନାକୁ ନେଇ ଲକଡାଉନ୍ ହେବା ପରେ ରାୟଗଡା ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ଯାଞ୍ଚ୍ ପ୍ରକ୍ରିଆ ଜାରି ରହିଛି। ବିଶେଷକରି ସହରର ବିଭିନ୍ନ ଛକ ଓ ଓଡିଶା-ଆନ୍ଧ୍ର ସୀମାନ୍ତକୁ ପୋଲିସ ପକ୍ଷରୁ ସିଲ୍ କରିଦିଆଯାଇଛି। ଅନ୍ୟପଟେ ଆଜି ସ୍ଥିତିର ସମୀକ୍ଷା କରିବା ପାଇଁ ଦକ୍ଷିଣ-ପଶ୍ଟିମାଞ୍ଚଳ ରେଞ୍ଜ୍ ଡିଆଇଜି ସଫିନ୍ ଅହମ୍ମଦ୍ ଦିନିକିଆ ରାୟଗଡା ଗସ୍ତରେ ପହଞ୍ଚିଛନ୍ତି।

ଡିଆଇଜି ଅହମ୍ମଦ୍ ସହରର ବିଭିନ୍ନ ପନିପରିବା ମାର୍କେଟ୍ ସମେତ ବ୍ୟାଙ୍କ ପ୍ରତିଷ୍ଠାନ ବୁଲି ଲୋକମାନଙ୍କୁ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି। ତେବେ ରାୟଗଡା ସହରରେ ଲୋକେ ଲକଡାଉନ୍ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରୁଥିବା ବେଳେ କରୋନା ସଂକ୍ରାନ୍ତରେ ଅଧିକରୁ ଅଧିକ ସଚେତନ ରହିବା ପାଇଁ ଜରୁରୀ ବୋଲି ଡିଆଇଜି ସଫିନ୍ ଅହମଦ୍ ସୂଚନା ଦେଇଛନ୍ତି।

Comment