ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ମାତ୍ର ୨୨ ବର୍ଷ ବୟସରେ ‘ମହାଭାରତ’ର ଗାନ୍ଧାରୀ ରୋଲ୍‌ କରି ପ୍ରସିଦ୍ଧ ହୋଇଥଲେ ଅଭିନେତ୍ରୀ ରେଣୁକା ଇସ୍ରାନୀ। ଏବେ କ’ଣ କରୁଛନ୍ତି ଏହି ଅଭିନେତ୍ରୀ।

୮୦ ଦଶକରେ ରାମାୟଣ, ମହାଭାରତରେ ଅଭିନୟ କରିଥିବା କଳାକାରମାନେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ମହାଭାରତର ଗାନ୍ଧାରୀ। ଅଭିନେତ୍ରୀ ରେଣୁକା ଇସ୍ରାନୀ ଏହି ଚରିତ୍ରରେ ଅଭିନୟ କରିଥିଲେ।

ରେଣୁକା ଇସ୍ରାନି ସିନ୍ଧି ପରିବାରର। ସେ  ୧୯୮୪ ମସିହାରେ ସିରିଏଲ ‘ହମ୍ ଲୋଗ୍’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏଥିରେ ସେ ଉଷା ରାଣୀଙ୍କ ଚରିତ୍ରରେ ଅଭିନୟ କରିଥିଲେ।

୧୯୮୮ରେ ରେ ‘ମହାଭାରତ’ର ଚରିତ୍ର ଗାନ୍ଧାରୀଙ୍କଠାରୁ ସେ ପରିଚୟ ପାଇଥିଲେ ସେ। ଖାସ କଥା ହେଉଛି ଯେତେବେଳେ ରେଣୁକା ଗାନ୍ଧାରୀ ଭୂମିକାରେ ଅଭିନୟ କରିଥିଲେ, ସେତେବେଳେ ତାଙ୍କୁ ମାତ୍ର ୨୨ ବର୍ଷ ହୋଇଥିଲା।

ରେଣୁକା ଜୟପୁରର ମହାରାଣୀ କଲେଜରେ ଅଧ୍ୟୟନ କରିଥିଲେ। ସେ ଥିଏଟର ମଧ୍ୟ କରିଛନ୍ତି ଏବଂ ସେହି ସମୟ ମଧ୍ୟରେ ଅନେକ ପୁରସ୍କାର ଜିତିଛନ୍ତି।

ଟିଭି ସିରିଏଲ ବ୍ୟତୀତ ରେନୁକା ମଧ୍ୟ ପିଲ୍ମରେ କାମ କରିଥିଲେ। ତାଙ୍କ ଫିଲ୍ମ ମଧ୍ୟରେ ‘ମୀରା କି ଗିରିଧର’  ‘କରାମତି କୋଟ୍’ ଏବଂ ‘ତେରୀ ପାୟଲ ମେରେ ଗୀତ’, ‘ଝୁଟ ବୋଲେ କଓ୍ୱା କାଟେ’ ଏବଂ ‘ରିସ୍ତେ’ ରେ ଅଭିନୟ କରିଥିଲେ।

ରେଣୁକାଙ୍କୁ ଶେଷ ଥର ପାଇଁ ରାମ କପୁର ଏବଂ ସାକ୍ଷୀ ତନୱାରଙ୍କ ସିରିଏଲ ‘ବଡେ ଆଚ୍ଛେ ଲାଗତ ହୈ’ରେ ଦେଖିବାକୁ ମିଳିଥିଲା। ଏହି ସୋ ପରେ ହିଁ ରେଣୁକା ଅଭିନୟରୁ ବିରତି ନେଇଥିଲେ। ରିପୋର୍ଟ ଅନୁଯାୟୀ, ସେ ତାଙ୍କ ପିତାମାତାଙ୍କ ଯତ୍ନ ନେବା ପାଇଁ ଏହି ନିଷ୍ପତ୍ତି ନେଇଥିଲେ।

Comment