ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖରାଦିନେ ଶରୀରରେ ଜଳୀୟ ଅଂଶ କମିଯାଏ। ଫଳରେ ଶୀଘ୍ର ହାଲିଆ ଲାଗେ। ତେଣୁ ଖରାଦିନେ ଲେମ୍ବୁ-ଚିନି ଓ ପୋଦିନା ସର୍ବତ ପିଇଲେ ଶରୀର ପାଇଁ ଲାଭଦାୟକ ହୋଇଥାଏ।

କେମିତି ହୁଏ ପ୍ରସ୍ଥୁତି

ଲେମ୍ବୁ, ଚିନି, ଜଲଜିରା ଓ କଳାଲୁଣର ମିଶ୍ରଣରେ ପାଣି ମିଶାଇ ସର୍ବତ ପ୍ରସ୍ତୁତ କରାଯାଏ। ଲେମ୍ବୁଭଳି ପୁଦିନା ସର୍ବତ ମଧ୍ୟ ତିଆରି ହୋଇଥାଏ। ସର୍ବତକୁ ଗରମରେ ଥଣ୍ଡା ରଖିବା ପାଇଁ ଦୋକାନୀମାନେ ମାଠିଆ ଚାରିପଟେ ଓଦା ଗାମୁଛା ଗୁଡ଼ାଇ ରଖୁଥିବାର ଆପଣ ଦେଖିଥିବେ। ଆପଣ ଘରେ କିନ୍ତୁ ଏଥିରେ ବରଫ ମିଶାଇ ପାରିବେ।

ସର୍ବତ ପିଇବା ସମୟରେ କାଚ କିମ୍ବା ଷ୍ଟିଲ୍ ଗ୍ଲାସରେ ସର୍ବତ ପିଅନ୍ତୁ। ଦୋକାନୀ କାହା ସାହାଯ୍ୟରେ ସର୍ବତକୁ ମାଠିଆରୁ କାଢ଼ୁଛନ୍ତି ତାହା ଲକ୍ଷ୍ୟ କରନ୍ତୁ।

ଲେମ୍ବୁ ସର୍ବତର ଉପକାରିତା

  • ଲେମ୍ବୁ ରସକୁ ଗରମ ପାଣିରେ ମିଶାଇ ପିଇଲେ ଓଜନ କମେ ।
  • ଲେମ୍ବୁ ପାଣି ହଜମ ପ୍ରକିୟାରେ ସହାୟକ ହୁଏ ।ଏହାସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ।
  • ଖରା ତାତିରେ ଜଳାପୋଡ଼ାକୁ ଲେମ୍ବୁ କମ୍ କରେ ।ଏହାଛଡ଼ା ଜଳୀୟଅଂଶକୁ ମଧ୍ୟ ବଢ଼ାଇ ଥାଏ ।
  • ବଦହଜମରୁ ଲେମ୍ବୁ ପାଣି ରକ୍ଷା କରେ।
  • ପୋଦିନା ହଜମ ପ୍ରକିୟାକୁ ତ୍ଵରାନ୍ଵିତ କରିବାରେ ସହାୟକ ହୋଇଥାଏ।

Comment