ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
‘ମହାଭାରତ’ ପାଇଁ ମୁକେଶ ଖାନ୍ନା ହୋଇଥିଲେ ଶକ୍ତିମାନ। କ’ଣ ଥିଲା ଏହାପଛର କାରଣ?
ବି ଆର ଚୋପ୍ରାଙ୍କ ମହାଭାରତରେ ଭୀଷ୍ମ ପିତାମହଙ୍କ ଚରିତ୍ରରେ ଅଭିନୟ କରିଥିଲେ ଅଭିନେତା ମୁକେଶ ଖାନ୍ନା। ମହାଭାରତରେ ଏହି ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରି ସେ ସମସ୍ତଙ୍କ ନିକଟରେ ଏହି ନାଁରେ ପରିଚିତ ହୋଇଥିଲେ। ଏହି ସିରିଏଲରେ ଦର୍ଶକ ତାଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ପାଇଥିଲେ। ତାହା ଥିଲା ଶକ୍ତିମାନ। ମୁକେଶଙ୍କ ଶକ୍ତିମାନ ଅବତାରରେ ଛୋଟରୁ ବଡ଼ ସଭିଏଁ ଦିଓ୍ୱାନା ହୋଇଥିଲେ। କିନ୍ତୁ ଆପଣ ଜାଣନ୍ତି କି ମହାଭାରତରେ ମୁକେଶ କାହିଁକି ଏହି ଚରିତ୍ର ପାଇଁ ମନ ବଳାଇଥିଲେ?
ମୁକେଶ ଖାନ୍ନା ଏକ ସାକ୍ଷାତକାରରେ କହିଥିଲେ, ‘‘ମୁଁ ମହାଭାରତରେ ଭୀଷ୍ମ ପିତାମହଙ୍କ ଚରିତ୍ରରେ ଅଭିନୟ କରିବା ପରେ ଏହି ଛବି ନିଜଠାରୁ ହଟାଇ ପାରିନଥିଲି। ଯେତେ ଅନ୍ୟ ଫିଲ୍ମ କିମ୍ବା ସିରିଏଲରେ କାମ କଲେ ବି ଲୋକେ ମତେ ଭୀଷ୍ମ ପିତାମହ ଭାବେ ମନେ ରଖିଥିଲେ। ତା’ପରେ ମୁଁ ଭାବିଲି ଯେ ମୋତେ ଏପରି କିଛି କରିବାକୁ ପଡିବ ଯାହାଦ୍ୱାରା ଲୋକେ ମୋର ଏହି ଛବିକୁ ଭୁଲି ନୂଆ ଛବିକୁ ଆପଣେଇବେ।’’
ଏହି କାରଣ ଯୋଗୁଁ ମୁକେଶ ଖାନ୍ନା ଶକ୍ତିମାନ କରିଥିଲେ। ଏହା ତାଙ୍କୁ ଆଉ ଏକ ନୂଆ ପରିଚୟ ଦେଲା। ଫଳରେ ଲୋକେ ଆଜିବି ତାଙ୍କୁ ଏହି ୨ ଚରିତ୍ର ପାଇଁ ମନେ ରଖିଛନ୍ତି। ଏବେ ମୁକେଶ ଖାନ୍ନା ବଡ଼ଙ୍କ ପାଇଁ ଭୀଷ୍ମ ପିତାମହ, ପିଲାଙ୍କ ପାଇଁ ଶକ୍ତିମାନ ହୋଇ ଅଛନ୍ତି।

















